କ୍ୱାରେଣ୍ଟାଇନ ସେଣ୍ଟରରୁ ଖସି ଏମିତି ପଦକ୍ଷେପ ନେଲେ ଶ୍ରମିକ

ବରେଲୀ: ଉତ୍ତର ପ୍ରଦେଶରେ କରୋନା ଭୟରେ ଜଣେ ଶ୍ରମିକ ଆତ୍ମହତ୍ୟା କରିଛନ୍ତି। କ୍ୱାରେଣ୍ଟାଇନରେ ଥିବା ଏହି ୨୩ ବର୍ଷୀୟ ଶ୍ରମିକ ଏଠାରୁ ଖସି ଯାଇ ଆତ୍ମହତ୍ୟା କରିଛନ୍ତି। ସେ କ୍ୱାରେଣ୍ଟାଇନ ସେଣ୍ଟରରୁ ଖସି ଲକ୍ଷ୍ମୀପୁରରେ ଥିବା ତାଙ୍କ ପରିବାର ଲୋକଙ୍କୁ ଦେଖା କରିବାକୁ ଯାଇଥିଲେ। ହେଲେ ସେ ଫେରାର ହୋଇଯାଇଥିବାରୁ ପୁଲିସ୍‌ ତାଙ୍କୁ ଖୋଜିବା ଆରମ୍ଭ କରିଥିଲା। ଏହା ଜାଣିପାରି ସେ ଆତ୍ମହତ୍ୟା କରିଛନ୍ତି।

ମାର୍ଚ୍ଚ ୨୮ରେ ଏହି ଶ୍ରମିକ ଓ ତାଙ୍କ ସହ ଅନ୍ୟ ୬ ଜଣ ଶ୍ରମିକ ଗୁରୁଗ୍ରାମରୁ ଫେରିଥିଲେ। ବାହାର ରାଜ୍ୟରୁ ଆସିଥିବାରୁ ସମସ୍ତଙ୍କୁ ଗାଁ ନିକଟ ସ୍କୁଲରେ ନିର୍ମାଣ ହୋଇଥିବା କ୍ୱାରେଣ୍ଟାଇନ ହଲରେ ରଖାଯାଇଥିଲା। ଏଠାରେ ରହିବା ସମୟରେ ଶ୍ରମିକ ଜଣଙ୍କ ଦୁଇଥର ଏଠାରୁ ଖସିବାକୁ ଚେଷ୍ଟା କରିଥିଲେ। ହେଲେ ଅଧିକାରୀମାନେ ତାଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ। କିନ୍ତୁ ମଙ୍ଗଳବାର ଦିନ ସେ ସେଠାରୁ ଖସି ଘରକୁ ଚାଲି ଯାଇଥିଲେ।

ପୁଲିସ୍‌ ଏହା ଜାଣିବା ପରେ ଯୁବକଙ୍କୁ ଖୋଜିବା ଆରମ୍ଭ କରିଥିଲା। ଏହା ଜାଣିପାରି ସେ ଘରୁ ମଧ୍ୟ ଫେରାର ହୋଇଯାଇଥିଲେ। ଶେଷରେ ଗାଁ ମୁଣ୍ଡ ଗଛରେ ତାଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି।

You might also like