ପ୍ରକୃତିର ଚମତ୍କାର କୁହ କିମ୍ବା ଆଶୀର୍ବାଦ : କୃଷକଙ୍କ ବାଡ଼ିରେ ଫଳୁଛି ୩ କେଜିଆ ଲେମ୍ବୁ

କିଷନଗଡ଼ର କୃଷକ ବାଡ଼ିରେ ଫଳାଉଛନ୍ତି ୩ କେଜିଆ ଲେମ୍ବୁ, ପଥୁରୀ ରେ।ଗ ପୀଡ଼ିତ ବ୍ୟକ୍ତିଙ୍କ ପାଇଁ ରାମବାଣ ସଦୃଶ ଏହି ଲେମ୍ବୁ, ଯିଏ ଦେଖୁଛି ଘଡ଼ିଏ ଚାହୁଁଛି

ହରିୟାଣା: କୃଷକଙ୍କ ବାଡ଼ିରେ ଫଳୁଛି ୩ କେଜିଆ ଲେମ୍ବୁ । ପ୍ରକୃତିର ଚମତ୍କାର କୁହ କିମ୍ବା ଆଶୀର୍ବାଦ ।  ହରିୟାଣା ହିସାରମଣ୍ଡି କିଶନଗଡ଼ ଗାଁରେ ହେ।ଇଛି ଏପରି ଚମତ୍କାର ।  ଚାଷୀ ବିଜେନ୍ଦ୍ର ଥେ।ରିଙ୍କ ଜମିରେ ଫଳିଛି ତରଭୁଜ ଆକାରର ଲେମ୍ବୁ । ଏତେ ବଡ଼ ଲେମ୍ବୁ କଥା ଶୁଣି ସମେସ୍ତ ଆଶ୍ଚର୍ଯ୍ୟ ହେ।ଇଯାଉଛନ୍ତି । କଥାଟି ଅବିଶ୍ୱନୀୟ ହେଲେ ମଧ୍ୟ ନିରାଟ ସତ ।  ଦେଖିବା ଲେ।କ ଘଡ଼ିଏ ଅଟକି ଯାଇ ଲେମ୍ବୁ ବଗିଚାକୁ ଚାହୁଁଛନ୍ତି ।

କିଶନଗଡ଼ର କୃଷକ ବିଜେନ୍ଦ୍ର ଥେ।ରି ନିଜ ଜମିରେ ଫଳାଉଛନ୍ତି ବିଶାଳ ବିଶାଳ ଲେମ୍ବୁ । ଲେମ୍ବୁ ଗଛରେ ଫଳୁଥିବା ଗେ।ଟିଏ ଗେ।ଟିଏ ଲେମ୍ବୁର ଓଜନ ୩ କିଲେ। କିମ୍ବା ତା’ଠାରୁ ମଧ୍ୟ ଅଧିକ । ଆଖିରେ ଦେଖିଲେ ସୁଦ୍ଧା ଅନେକ ଏହାକୁ ବିଶ୍ୱାସ କରିପାରୁ ନାହାନ୍ତି । ଆଉ  ବିଶାଳକାୟ ଲେମ୍ବୁ ଗୁଡ଼ିକୁ ଦେଖିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଲେ।କଙ୍କ ଭିଡ଼ ଜମୁଛି । ଖାଲି ଦେଖିବାକୁ ଆସୁନାହାନ୍ତି, ଗଲାବେଳେ ଘରକୁ ଲେମ୍ବୁ ମଧ୍ୟ ନେଇ ଯାଉଛନ୍ତି । କେବଳ ଏତିକି ନୁହେଁ ଲେମ୍ବୁ ଗଛ ସହ ଫଟୋ ମଧ୍ୟ ନେଉଛନ୍ତି ଆସୁଥିବା ଲୋକେ।  ଖୁବ ଶୀଘ୍ର ବିଜେନ୍ଦ୍ର ଥେ।ରୀ ନିଜ ଜମିରେ ଫଳୁଥିବା ଲେମ୍ବୁ ପାଇଁ ଗିନିଜ୍ ବୁକ୍ ଅଫ ୱାଲ୍ଡ ରେକର୍ଡ଼ରେ ପଞ୍ଜୀକରଣ ଲାଗି ଆବେଦନ କରିବେ ।

ଲେମ୍ବୁ ଗଛରେ କେବଳ ଅର୍ଗାନିକ ଖତସାର ଦିଆଯାଉଛି ବୋଲି କହିଛନ୍ତି  ବିଜେନ୍ଦ୍ର ଥେ।ରି । କୌଣସି ରାସାୟନିକ ସାରର ପ୍ରୟୋଗ କରାଯାଉ ନାହାନ୍ତି । ଅର୍ଗାନିକ ସାରର ପ୍ରୟୋଗ ଯୋଗୁଁ  ଲେମ୍ବୁର ଓଜନ ବଢ଼ୁଥିବା ଆଶା କରୁଛନ୍ତି  ଚାଷୀ । କିଛି ବର୍ଷ ପୂର୍ବରୁ ପଞ୍ଜାବରୁ ଲେମ୍ବୁ ଚାରା ଆଣି ନିଜର ୭ ଏକର ଜମିରେ ଲଗାଇଥିଲେ ବିଜେନ୍ଦ୍ର । ବର୍ତ୍ତମାନ ଲେମ୍ବୁ ଗଛ ଗୁଡ଼ିକ ଅମଳକ୍ଷମ ହୋଇଛି ଆଉ ବିରାଟ ଆକାରର ଲେମ୍ବୁ ଫଳିବା ଦ୍ୱାରା ସମସ୍ତଙ୍କ ଧ୍ୟାନ ଆକର୍ଷଣ ହେଉଛି ।

ଏତେ ବଡ଼ ବଡ଼ ଲେମ୍ବୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟାନ୍ୱିତ ହ।ଇ ଯାଉଛନ୍ତି । ବିଜେନ୍ଦ୍ର ନିଜେ ମଧ୍ୟ ଲେମ୍ବୁର ଅକାର ଓ ଓଜନ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି । ତେବେ ଏବେ ସୁଦ୍ଧା ଲେମ୍ବୁ ଗୁଡ଼ିକ କେଉଁ କିସମର ବେ।ଲି ଜଣାପଡ଼ୁନି । କିଛି ଲୋକଙ୍କ କହିବା ଅନୁସାରେ ଇସ୍ରାଏଲରେ ଏ ପ୍ରକାର ଲେମ୍ବୁ ଗଛ ଦେଖିବାକୁ ମିଳେ ।

କୃଷି ବୈଜ୍ଞାନିକକୁ ଦେଖାଇବା ପରେ ମଧ୍ୟ କେହି ଏ ପ୍ରକାର ଲେମ୍ବୁର କିସମ ଜାଣିପାରୁ ନାହାନ୍ତି । ତେବେ ସବୁଠାରୁ ବଡ଼ କଥାହେଲା ଏହି ଲେମ୍ବୁ ରସ ପିଇବା ଦ୍ୱାରା ପଥୁରୀ ରୋଗ ସମ୍ପୂର୍ଣ୍ଣ ଭଲ ହୋଇଯାଉଛି । ପଥୁରୀ ରୋଗ ପୀଡ଼ିତ ବ୍ୟକ୍ତିଙ୍କ ପାଇଁ ରାମବାଣ ସଦୃଶ ଏହି ଲେମ୍ବୁ ।  ଏକଥା ଜାଣିବା ପରେ ନିକଟସ୍ଥ ଗାଁ, ସହର ଓ ରାଜ୍ୟ ବାହାରୁ ଲେମ୍ବୁ  ନେବାକୁ ଆସୁଛନ୍ତି ।

ଆଜିକାଲି ଦିନକୁ ଦିନ ଚାଷର ଚାହିଦା ବଢ଼ୁଥିବା ବେଳେ, ଲେ।କେ ମଧ୍ୟ ଚାଷ ପ୍ରତି ଆଗ୍ରହ ପ୍ରକାଶ କରଛନ୍ତି । ପାରମ୍ପାରିକ ଚାଷରୁ ଉର୍ଦ୍ଧ୍ୱକୁ ଉଠି ଆଧୁନିକ ପ୍ରଣାଳୀର ଚାଷ ଲେ।କଙ୍କୁ ଅଧିକ ଆକର୍ଷତ କରୁଛି । କିଛି ଦିନ ପୂର୍ବରୁ ବିନା ମାଟିରେ ଚାଷ ହେଉଥିବା କଥା ଆପଣ ଣୁଣିଥିବେ ନିଶ୍ଚିତ ।  ବିନା ମାଟିରେ ହାଇଡ୍ରୋପେନିକ ପ୍ରଣାଳୀରେ ଚାଷ ହୋଇଛି ଭଳିକି ଭଳି ଲିଫ ଭେଜିଟେବୁଲ । ଘରର ଛାତ ଉପରେ ୮୦୦ ବର୍ଗ ଫୁଟ ପରିମିତ ଜାଗାରେ ଏଭଳି ଚାଷ ହୋଇଛି। ଏହି ଚାଷ କରି ଚର୍ଚ୍ଚାକୁ ଆସିଛନ୍ତି ଜଗତସିଂହପୁର ଜିଲ୍ଲା ସୁଜଙ୍ଗ ଗାଁର ଆଶିଷ ମହାନ୍ତି।

ହାଇଦ୍ରାବାଦରେ ଚାକିରି କରୁଥିବା ଆଶିଷ ଦିନେ ଏ ଚାଷ ନେଇ ପ୍ରଶିକ୍ଷଣରେ ଯୋଗ ଦେବା ପରେ ଏହାକୁ ପେଶା ଭାବେ ଗ୍ରହଣ କରିଛନ୍ତି। ନଭେମ୍ବର ମାସରେ ପ୍ରଥମେ ନିଜ ଘର ଛାତ ଉପରେ ଏହି ଚାଷ ଆରମ୍ଭ କରି ସଫଳ ହୋଇଥିଲେ ଆଶିଷ। ନିଜ ବାଡ଼ିରେ ଥିବା ଖାଲି ସ୍ଥାନରେ ପଲ୍ଲୀହାଉସ  ନିର୍ମାଣ କରି ଲିଫ୍ ଭେଜିଟେବୁଲ ଓ ଏକଜୋଟିକ୍ ଭେଜିଟେବୁଲ ଚାଷ କରିଛନ୍ତି।

ଏହି ଚାଷ ପ୍ରଣାଳୀର ବିଶେଷତ୍ୱ ହେଉଛି ବିନା ମାଟି,ବିନା କେମିକାଲ,ବିନା ପେଷ୍ଟିସାଇଡ୍ ତଥା ୯୦% କମ୍ ପାଣିରେ ଏହି ଚାଷ  ସମ୍ଭବ। ବର୍ତ୍ତମାନ ୨୩୦ ବର୍ଗମିଟର ସ୍ଥାନରେ ୫ ହଜାରରୁ ଅଧିକ ଗଛ ଲଗାଇଛନ୍ତି ଆଶିଷ। ଆଉ ସେଥି ମଧ୍ୟରୁ ତାଙ୍କର ୨ଟି ସେଟଅପ ବିକ୍ରି ହୋଇସାରିଛି। ଆଶିଷଙ୍କ ଏଭଳି ପଦକ୍ଷେପ ପରେ ତାଙ୍କ ବାପା ମାଆ ଖୁସି ବ୍ୟକ୍ତ କରିଛନ୍ତି ।

You might also like