ମୃତ୍ୟୁ ପୂର୍ବରୁ ଆଭାସ ପାଇଥିଲେ ଡାକ୍ତର !

କରୋନା ନେଇଗଲା ଡାକ୍ତରଙ୍କ ଜୀବନ

ମୃତ୍ୟୁର ଆଭାସ ପାଇଥିଲେ କି ମନୀଷା !
ଫେସବୁକ୍‌ ପୋଷ୍ଟର ୩୬ ଘଣ୍ଟା ପରେ ହେଲା ମୃତ୍ୟୁ
କରୋନା ନେଇଗଲା ଡାକ୍ତରଙ୍କ ଜୀବନ
ମନୀଷା ଲେଖିଥିଲେ, ମୁଁ ଆପଣମାନଙ୍କୁ ଆଉ ଭେଟିନପାରେ
ଶରୀର ମରିଯାଏ, ଆଉ ଆତ୍ମା ଅମର ଓ ଚିରନ୍ତନ

ମୁମ୍ବାଇ: ସାରା ବିଶ୍ୱରେ ହାହାକାର ଖେଳାଇଛି କରୋନା। କେବଳ ଆମ ଦେଶରେ ପ୍ରତିଦିନ ହଜାର ହଜାର ଲୋକଙ୍କ ମୃତ୍ୟୁ ହେଉଛି। ବିଶେଷ କରି ଅକାଳରେ ଯେଉଁମାନଙ୍କ ଜୀବନ ଯାଉଛି, ତାହା ଅଧିକ ଦୁଃଖ ଦେଉଛି। ଏପରିକି କେତେକ ନିଜ ମୃତ୍ୟୁର ଆଭାସ ମଧ୍ୟ ପାଇ ଯାଉଛନ୍ତି। ଏମିତି ଏକ ଘଟଣା ଦେଖିବାକୁ ମୁମ୍ବାଇର ଜଣେ ମହିଳା ଡାକ୍ତର। ସେ ହେଉଛନ୍ତି ମହାରାଷ୍ଟ୍ର ଏକ ହସ୍ପିଟାଲର ଚିଫ୍ ମେଡିକାଲ ଅଫିସର ମନିଷା ଯାଦବ। ଶୁକ୍ରବାର ସକାଳେ ସେ ନିଜ ଫେସବୁକ୍‌ ପୋଷ୍ଟରେ ଗୁଡ୍ ମର୍ଣ୍ଣିଂର ଶୁଭେଚ୍ଛା ଦେଇଥିଲେ। ଏହା ସହିତ ସେ ଆହୁରି ଲେଖିଥିଲେ, ମୁଁ ହୁଏତ ଆପଣମାନଙ୍କୁ ଆଉ ଭେଟିନପାରେ। ଶରୀର ମରିଯାଏ, ଆତ୍ମା ଅମର। ଆଉ ଆତ୍ମା ହେଉଛି ଚିରନ୍ତନ। ଏହି ଫେସବୁକ୍‌ ପୋଷ୍ଟ କରିବାର ମାତ୍ର ୩୬ ଘଣ୍ଟା ପରେ କୋଭିଡରେ ମନିଷାଙ୍କ ମୃତ୍ୟୁ ହୋଇଛି। ମହାମାରୀ କରୋନା ନେଇଛି ତାଙ୍କ ଜୀବନ। ବୋଧହୁଏ ନିଜ ମୃତ୍ୟୁକୁ ଦେଖିପାରିଥିଲେ ଡାକ୍ତର ମନୀଷା। ଆଉ ସେ ବଞ୍ଚିବେ ନାହିଁ ବୋଲି ଆଗୁଆ ଜାଣିପାରିଥିଲେ। ହୁଏତ ସେଥିପାଇଁ ଫେସବୁକ୍‌ରେ ସେ ଏମିତି ପୋଷ୍ଟ କରିଥିଲେ ବୋଲି ଚର୍ଚ୍ଚା ହେଉଛି।

ତେବେ ସୂଚନା ଅନୁସାରେ, ମହାମାରୀ କବଳରେ ଅନେକ ଡାକ୍ତରଙ୍କର ମଧ୍ୟ ପ୍ରାଣ ଗଲାଣି। ଗତ କିଛି ଦିନ ତଳେ ଜଣେ ସୋସିଆଲ ମିଡ଼ିଆଲେ ଜଣେ ଡାକ୍ତର କାନ୍ଦୁଥିବାର ଦେଖାଯାଇଥିଲା। ସେ ସମସ୍ତଙ୍କୁ ଅନୁରୋଧ କରି କହୁଥିଲେ କି ଆମେ ସମସ୍ତେ କରୋନା ନିୟମ ମାନିବା ଦରକାର। କାରଣ ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହର ଅଧିକ ଭୟଙ୍କର ରହୁଛି। ତେଣୁ କେବଳ ଯେ, ଭ୍ୟାକ୍ସିନ୍‌ ନେଲେ କରୋନା ହେବ ନାହିଁ ତାହା ନୁହେଁ ବରଂ ଆମକୁ ସଚେତନ ହେବା ନିହାତି ଦରକାର ବୋଲି ଡାକ୍ତର ଜଣକ କହିଥିଲେ। ଆଉ ଆଜି ପୁଣି ଜଣେ ଡାକ୍ତର ଏହି କରୋନା ମହାମାରୀରେ ପ୍ରାଣ ହରାଇଥିବା କଥା ସାମ୍ନାକୁ ଆସୁଛି।

ସେପଟେ ଆଜି ଗୋଟିଏ ଦିନରେ ଦେଶରେ କରୋନା ନେଲା ୨୦୨୩ ଜଣଙ୍କ ଜୀବନ। ଦେଶରେ ୨୪ ଘଣ୍ଟାରେ ୨ ଲକ୍ଷ ୯୫ ହଜାର ୪୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୫୬ ଲକ୍ଷ ୧୬ ହଜାର ୧୩୦କୁ ବୃଦ୍ଧି ପାଇଛି। ସେହିପରି ଆଜିର କରୋନା ଆକ୍ରାନ୍ତଙ୍କ ମୃତ୍ୟୁକୁ ମିଶାଇ ମୃତ୍ୟୁସଂଖ୍ୟା ସଂଖ୍ୟା ୧ ଲକ୍ଷ ୮୨ ହଜାର ୫୫୩କୁ ବୃଦ୍ଧି ପାଇଛି।

You might also like