ଓଡ଼ିଶାରେ କମୁଛି କରୋନା ମୃତ୍ୟୁ ସଂଖ୍ୟା, ଦିନକରେ ଆଖି ବୁଜିଲେ ୯ କରୋନା ରୋଗୀ

ଭୁବନେଶ୍ୱର: ଆଜି ରାଜ୍ୟରେ ୯ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ମୃତ୍ୟୁ ସଂଖ୍ୟା ୧, ୩୪୦ ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ସୁନ୍ଦରଗଡ଼ରୁ ସର୍ବାଧିକ ୩ ଆକ୍ରାନ୍ତଙ୍କ ମୃତ୍ୟୁ ଘଟି ଥିବାବେଳେ ସମ୍ବଲପୁର, ଭୁବନେଶ୍ୱର, କଟକ, କନ୍ଧମାଳ, ପୁରୀ ଓ ସୁବର୍ଣ୍ଣପୁରରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ପଢ଼ନ୍ତୁ: ୨୪ ଘଣ୍ଟାରେ ଓଡ଼ିଶାରେ ୧,୩୮୯ କରୋନା ପଜିଟିଭ୍‌ ଚିହ୍ନଟ

You might also like