ମୋବାଇଲ୍‌ ବ୍ୟାଟେରୀ ଫାଟି ଛୋଟ ଛୁଆର ଅବସ୍ଥା ଏମିତି

ବାଲିଗୁଡ଼ା: ମୋବାଇଲ୍‌ ବ୍ୟାଟେରୀ କେତେ ଯେ ସାଂଘାତିକ ହୋଇପାରେ ତାହାର ଜ୍ୱଳନ୍ତ ଉଦାହରଣ କନ୍ଧମାଳ ଜିଲ୍ଲାରେ ଦେଖିବାକୁ ମିଳିଛି। ମୋବାଇଲ ବ୍ୟାଟେରୀ ଫାଟି ବାଲିଗୁଡ଼ା ବାଲିସୁଗା ଗାଁରେ ଜଣେ ୮ ବର୍ଷର ଶିଶୁ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ସଞ୍ଜୟ ମଲ୍ଲିକ। ବିସ୍ଫୋରଣରେ ଶିଶୁଟିର ହାତ, ଗୋଡ ଓ ମୁହଁର ବିଭିନ୍ନ ଅଂଶରେ କ୍ଷତ ହେବା ସହ ପାପୁଲିର ୪ଟି ଆଙ୍ଗୁଠି ନଷ୍ଟ ହୋଇଯାଇଛି।

ସୂଚନା ଅନୁସାରେ, ମୋବାଇଲ ବ୍ୟାଟେରୀ ସହ ଖେଳୁଥିବା ବେଳେ ତାହା ଫାଟି ଯାଇଥିଲା। ବର୍ତ୍ତମାନ ଶିଶୁଟି ଫୁଲବାଣୀ ମେଡିକାଲ ସର୍ଜରୀ ୱାର୍ଡରେ ଚିକିତ୍ସାଧୀନ ଥିବାବେଳେ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି।

ସୂଚନାଥାଉ କି, ଗତ ଜୁଲାଇ ମାସରେ ବରଗଡ଼ରେ ମୋବାଇଲ୍‌ ବ୍ୟାଟେରୀ ଫାଟି ଜଣେ ନାବାଳକ ଆହତ ହୋଇଥିଲେ। ନାବାଳକ ଜଣକ ମୋବାଇଲ୍ ଚାର୍ଜ କରିବାକୁ ଉଦ୍ୟମ କରିବା ସମୟରେ ହଠାତ୍ ତାହା ଫାଟିଯାଇଥିଲା। ଫଳରେ ନାବାଳକର ଡାହାଣ ହାତ ପାପୁଲିରେ ଗଭୀର କ୍ଷତ ସୃଷ୍ଟି ହେବା ସହ ମଝି ଅଙ୍ଗୁଳିଟି ଛିଡ଼ି ଯାଇଥିଲା ।

 

You might also like