ଦିଲ୍ଲୀ ବିମାନବନ୍ଦରରୁ ଧରା ପଡ଼ିଲେ ୮ ଜଣ ମାଲେସିୟା ନାଗରିକ

ନୂଆଦିଲ୍ଲୀ: ସ୍ୱତନ୍ତ୍ର ବିମାନରେ ମାଲେସିୟାକୁ ଯାତ୍ରା ପାଇଁ ବାହାରି ଥିବା ୮ ଜଣ ମାଲେସିୟା ନାଗରିକ ଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରୁ ଆଜି ଧରା ପଡିଛନ୍ତି।

ସୂଚନା ଅନୁସାରେ, ଏହି ୮ ଜଣ ମାଲେସିୟା ନାଗରିକ ନିଜାମୁଦ୍ଦିନ ସ୍ଥିତ ତବଲିଗି ଜମାତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ବୋଲି ସନ୍ଦେହ କରାଯାଉଛି।

ଏଯାବତ ଚିହ୍ନଟ ହୋଇଥିବା କରୋନା ମାମଲାର ୩୦ ପ୍ରତିଶତ ନୂଆଦିଲ୍ଲୀର ନିଜାମୁଦ୍ଦିନ ମରକଜ ସହିତ ଲିଙ୍କ୍ ରହିଥିବା ଜଣାପଡିଛି।

ଯଦିଓ ଅନ୍ତର୍ଜାତୀୟ ବିମାନ ଉଡାଣ ବନ୍ଦ ରହିଛି, ହେଲେ କିଛି ଦେଶ ଏହାର ସ୍ୱତନ୍ତ୍ର ବିମାନ ସେବା କାର୍ଯ୍ୟକ୍ଷମ କରୁଛନ୍ତି। ଏହି ସ୍ୱତନ୍ତ୍ର ବିମାନ ସାହାଯ୍ୟରେ ଫସି ରହିଥିବା ସେମାନଙ୍କ ଦେଶର ନାଗରିକଙ୍କୁ ଉଦ୍ଧାର କରାଯାଉଛି।

ଆହୁରି ପଢ଼ନ୍ତୁ: ୭୭ ଛୁଇଁଲା ଭାରତରେ କରୋନା ମୃତ୍ୟୁ ସଂଖ୍ୟା

You might also like