୬ ବର୍ଷର ବିସ୍ମୟ ବାଳକ ; ପଢୁଛନ୍ତି ଭାଗବତ

ଯାଜପୁର (ଗୁଲାମ ଗସ ) : ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ, ପଦୁ ଗଳୁଛି ମକରନ୍ଦ, ସେ ମକରନ୍ଦ ପାନ କରି, ହେଳେ ତରିଲେ ବ୍ରଜ ନାରୀ, ଏହି ଉକ୍ତିଟି ଅତିବଡି ଜଗନ୍ନାଥ ଦାସଙ୍କ ରଚିତ ଓଡିଆ ଭାଗବତର । ଘରେ ଘରେ ପରିଚିତ ଏହି ଓଡିଆ ଭାଗବତ । କିନ୍ତୁ ଆଶ୍ଚର୍ଯ୍ୟର କଥା ମାତ୍ର ୬ବର୍ଷ ବାଳକ କଣ୍ଠରୁ ଝରିପଡୁଛି ଅନର୍ଗଳ ଏହି ଭାଗବତ ।

ଯାଜପୁର ବ୍ଲକ ରୁଦ୍ରପୁର ପଂଚାୟତ ବଡବାଗସାହି ଗ୍ରାମର ଅଶୋକ କୁମାର ପାଢୀଙ୍କର ଏକମାତ୍ର ପୁତ୍ର ହେଉଛନ୍ତି ବିରଜା ଶଙ୍କର । କବୀରପୁରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରରେ ପ୍ରଥମ ଶ୍ରେଣୀରେ ପାଠ ପଢିନ୍ତି । ଖେଳିବା ବୁଲିବା ବୟସରେ ଏପରି ଆଧ୍ୟାତ୍ମିକ ଭାବ ସହ ଭାଗବତ ପଢିବାର ନିଶା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ।

କଥାରେ ଅଛି ଭାଗବତ ପାଠରେ ଯେତିକି ପୁଣ୍ୟ ମିଳେ, ମାତ୍ର ଏହାକୁ ଯେଉଁମାନେ ଶ୍ରବଣ କରନ୍ତି ତାଠୁ ଅଧିକ ପୁଣ୍ୟ ମିଳିଥାଏ । ଭାଗବତ ପଠନରେ ବୟସ ବାଧକ ନଥାଏ । ଯେମିତି ଏହି ଛୋଟ ପିଲାଟି । ବୟସ ମାତ୍ର ଛଅ ବର୍ଷ ବୟସ । ଠିକ୍‌ରେ କଥା କହି ଶିଖିନି, ଠିକରେ ବୁଝିନି ଭାଗବତ କଣ, କିନ୍ତୁ ଅନର୍ଗଳ ଗାଇ ଚାଲିଛି ଭାଗବତ ।

ବିରଜାଶଙ୍କରଙ୍କ ମା’ ଜନ୍ମରୁ ମୁକ ଓ ବଧିର । ବାପା ଚେନ୍ନାଇରେ ଏକ ଘରୋଇ କଂପାନୀରେ କାମ କରନ୍ତି । ଅର୍ଥ ଅଭାବରୁ ସେ ତାଙ୍କ ମାମୁଁ ଘର ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ମଙ୍ଗରାଜପୁରରେ ରହି ପାଠ ପଢିନ୍ତି । ତାଙ୍କର ଆଈଙ୍କ ପ୍ରେରଣାରେ ବିରଜା ଶଙ୍କର ଭାଗବତ ପଢିଥିଲେ। ଠାକୁର ଘରେ ଆଈ ଭାଗବତ ପଢିଲା ବେଳେ ତାକୁ ଶୁଣି ଶୁଣି ଭାଗବତକୁ ସଂପୂର୍ଣ୍ଣ ମନେ ରଖିଛନ୍ତି । ଖାଲି ଭାଗବତ ନୁହେଁ ଶ୍ରୀମଦ୍ ଭଗବତ ଗୀତା ମଧ୍ୟ ଶୁଣି ଶୁଣି ଗାଇ ପାରନ୍ତି । ପ୍ରତିଦିନ ବିଦ୍ୟାଳୟ ପ୍ରାର୍ଥନା ସଭାରେ ସେ ଭାଗବତ ପାଠ କରନ୍ତି । ବିଦ୍ୟାଳୟର ସେ ଜଣେ ମେଧାବୀ ଛାତ୍ର ମଧ୍ୟ । ଆର୍ଥିକ ସ୍ୱଚ୍ଛଳ ଭଲ ନଥିଲେ ମଧ୍ୟ ଭାଗବତ ପଢି କମ୍ ବୟସରେ ସେ ବହୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ ହୋଇଛନ୍ତି ।

ମାତ୍ର ୬ ବର୍ଷ ବୟସର ଏହି ବାଳକର ଏଭଳି ଭାଗବତ ପାଠକୁ ସଭିଏଁ ପ୍ରସଂଶା କରିଛନ୍ତି ।

ଦେଖନ୍ତୁ ଭିଡିଓ – 

ଆହୁରି ପଢ଼ନ୍ତୁ

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

You might also like