କଟକ ସହରରୁ ୬୫ କରୋନା ଆକ୍ରାନ୍ତ ଚିହ୍ନଟ, ୬ ଲୋକାଲ କେସ୍
କଟକ: କଟକ ସହରରେ ଆଉ ୬୫ କରୋନା ଆକ୍ରାନ୍ତ ଚିହ୍ନଟ। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୯ କ୍ୱାରେଣ୍ଟିନ, ୬ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ସିଏମ୍ସି।
କେଉଁ ଅଞ୍ଚଳରୁ କେତେ:-
ଖଟବିନ ସାହିରୁ ଆଜି ଆଉ ୨୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେକ୍ ବଜାରରୁ ୮, ଗଣ୍ଡରପୁରରୁ ୪, ନେତାଜୀ ନଗରରୁ ୪ ଜଣ ଚିହ୍ନଟ ହୋଇଛନ୍ତି। ଖାନ୍ ନଗରରୁ ୨, ଦେୱାନ ବଜାରରୁ ୨, ସେଲଟର ଛକରୁ ଜଣେ ଚିହ୍ନଟ ହୋଇଛନ୍ତି।
ଲୋକାଲ୍ କେସ୍:-
- ଜଣେ ସିଏମ୍ସି କର୍ମଚାରୀ ତଥା ଜଣେ ମହିଳା ଯୋଦ୍ଧା
- ମୁଗବାହାଙ୍ଗାରୁ ଜଣେ ୨୭ ବର୍ଷୀୟ ପୁରୁଷ
- ନୂଆବଜାର ତିନିଘରିଆରୁ ଜଣେ ୪୫ ବର୍ଷୀୟ ମହିଳା
- ହାଇକୋର୍ଟ ଛକରୁ ଜଣେ ୩୬ ବର୍ଷୀୟ ପୁରୁଷ
- ବକ୍ସିବଜାରରୁ ଜଣେ ୩୦ ବର୍ଷୀୟ ମହିଳା କରୋନା ଯୋଦ୍ଧା
- ଖଟବିନ୍ ସାହିରୁ ଜଣେ ୪୯ ବର୍ଷୀୟ ମହିଳା
ଏହାକୁ ମିଶାଇ କଟକ ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ୭୩୬କୁ ବୃଦ୍ଧି ପାଇଛି। ୩୦୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୪୨୩ ସକ୍ରିୟ କେସ୍ ରହିଛି। ୯ ଜଣଙ୍କ ମୃତ୍ୟୁ ହୋଇଛି।