ବ୍ୟାଙ୍କ ଲୁଟ୍‌ ଉଦ୍ୟମ ପଣ୍ଡ,ଧରାପଡ଼ିଲେ ୬ଲୁଟେରା

ଧରାପଡିଲେ ୬ ଲୁଟେରା

କଟକ: ବ୍ୟାଙ୍କ ଲୁଟ୍ ଉଦ୍ୟମ କରିଥିବା ୬ ଡକାୟତଙ୍କ ଉଦ୍ୟମ ପଣ୍ଡ ହୋଇଛି। ପୁଲିସ୍‌ର କୌଶଳ କ୍ରମେ ଲୁଟେରାଙ୍କ ଯୋଜନା ଫସରଫାଟି ଯାଇଛି। ମିଳିଥିବା ସୂଚନା ଅନୁସାରେ କଟକ ଜିଲ୍ଲା ଅନ୍ତର୍ଗତ ଗୋବିନ୍ଦପୁର ବ୍ରାହ୍ମଣସାଇଲୋ ଅଞ୍ଚଳରେ ଥିବା ଇଣ୍ଡିଆନ୍ ବ୍ୟାଙ୍କର ଏକ ଶାଖାରୁ ଏହି ଲୁଟେରାମାନେ ଟଙ୍କା ଚୋରାଇ ନେବାକୁ ଉଦ୍ୟମ କରିଥିଲେ।

କିନ୍ତୁ ଏ ସମ୍ପର୍କରେ ସ୍ଥାନୀୟ ପୋଲିସ୍ ସୁରାକ୍ ପାଇ ଚଢ଼ାଉ କରି ଉକ୍ତ ୬ ଲୁଟେରାଙ୍କୁ ଗିରଫ କରିବାରେ ସଫଳ ହୋଇଛି। ପୁଲିସ୍‌ର କହିବା ଅନୁସାରେ ଗିରଫ ଲୁଟେରାଙ୍କ ନିକଟରୁ ବିପୁଳ ପରିମାଣର ମାରଣାସ୍ତ୍ର ସମେତ ମାଉଜର୍ ଜବତ କରାଯାଇଛି। ସେହିପରି ଏମାନଙ୍କ ନାମରେ ପୂର୍ବରୁ ପୁଲିସ ଉପରକୁ ବୋମା ଏବଂ ଗୁଳିମାଡ଼ ଭଳି ସଙ୍ଗୀନ ଅଭିଯୋଗ ରହିଛି ବୋଲି ପୁଲିସ୍ ସୂଚନା ଦେଇଛି।

You might also like