ରାଜ୍ୟରେ ଆଉ ୫ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ଓଡିଶା ପାଇଁ ଏକ ଖୁସି ଖବର। କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଆଉ ୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନେ ଭୁବନେଶ୍ୱରର ହୋଇଥିବା ସୂଚନା ଏହି ଆକ୍ରାନ୍ତଙ୍କ ରିପୋର୍ଟ ନେଗେଟିଭ ଆସିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରାଯାଇ ସୂଚନା ଦିଆଯାଇଛି।

ସମସ୍ତଙ୍କ ମିଳିତ ପ୍ରୟାସରେ, ଓଡିଶା କରୋନା ବିରୋଧୀ ଲଢ଼େଇରେ ବିଜୟ ଲାଭ କରୁଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କହିଛି।

ସୁଚନାଥାଉ କି, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୫ରେ ପହଞ୍ଚି ଥିବାବେଳେ ପୂର୍ବରୁ ସେମାନଙ୍କ ମଧ୍ୟରୁ ୧୩ଜଣ ସୁସ୍ଥ ହୋଇଥିଲେ। ଆଜି ଆଉ ୫ ଜଣ ସୁସ୍ଥ ହେବାପରେ ଏହି ସଂଖ୍ୟା ୧୮ରେ ପହଞ୍ଚିଛି। ତେବେ କରୋନାରେ ଆକ୍ରାନ୍ତ ହୋଇ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି।

You might also like