୫ ଛୁଆଙ୍କୁ ଧରି ନଦୀକୁ ଡେଇଁ ପଡିଲେ ମହିଳା

ବାରାଣସୀ: ୫ ଛୁଆଙ୍କୁ ଧରି ଗଙ୍ଗା ନଦୀକୁ ଡେଇଁ ପଡିଲେ ମହିଳା। ଉତ୍ତରପ୍ରଦେଶର ଭାଦୋଇ ଜିଲ୍ଲା ଦେଇ ପ୍ରବାହିତ ହୋଇଥିବା ଗଙ୍ଗା ନଦୀକୁ ଆଜି ସକାଳେ ଜଣେ ମହିଳା ତାଙ୍କର ୫ ଛୁଆଙ୍କୁ ଧରି ଡେଇଁପଡ଼ି ଥିଲେ।

ସୂଚନା ଅନୁସାରେ, ସମ୍ପୃକ୍ତ ମହିଳା ଜଣକ ପହଁରି ପହଁରି ନଦୀ କୂଳକୁ ଆସି ନିଜ ଜୀବନ ବଞ୍ଚାଇ ଦେଇଥିଲେ। ହେଲେ ବର୍ତ୍ତମାନ ସୁଦ୍ଧା ୫ ପିଲାଙ୍କ କୌଣସି ଖବର ମିଳି ପାରିନାହିଁ।

ପାରିବାରିକ ବିବାଦ ଯୋଗୁ ମହିଳା ଜଣକ ଏଭଳି ପଦକ୍ଷେପ ନେଇଥିବା ସନ୍ଦେହ କରାଯାଉଛି।

ପୁଲିସ ଘଟଣାର ତଦନ୍ତ କରୁଛି।

You might also like