ଓଡିଶାରେ ଚତୁର୍ଥ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଓଡିଶାରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି 29 ବର୍ଷୀୟ ଯୁବକଙ୍କ ଘର ଭଦ୍ରକ ଜିଲ୍ଲାରେ। ଏନେଇ ଓଡିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ନିକଟରେ ଯୁବକ ଜଣଙ୍କ ଦୁବାଇରୁ ଫେରିଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ଉକ୍ତ ଯୁବକ ଜଣକ  କରୋନାରେ ଆକ୍ରାନ୍ତ କି ନାହିଁ ସେନେଇ ତାଙ୍କ ସାମ୍ପଲ ପରୀକ୍ଷା ଲାଗି ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲକୁ ପଠାଯାଇଥିଲା। ଯେଉଁଥିରେ ସମ୍ପୃକ୍ତ ଯୁବକଙ୍କ ଶରୀରରେ କରୋନା ଭୂତାଣୁ ଥିବା ଜଣାପଡ଼ିଥିଲା ।

ଏହି ଯୁବକଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 4 ଜଣ ଵ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଛନ୍ତି।

You might also like