ମହାମାରୀ କରୋନା ନେଲା ଦେଢ଼ ମାସ ଶିଶୁର ଜୀବନ

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତରେ ଦେଢ଼ ମାସ ଅର୍ଥାତ ୪୫ ଦିନ ଶିଶୁର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଦିଲ୍ଲୀର କଲାୱତି ହସ୍ପିଟାଲରେ ଶିଶୁଟି ଚିକିତ୍ସିତ ହେଉଥିଲା।

ସୂଚନା ଅନୁସାରେ, ଅସୁସ୍ଥତା କାରଣରୁ ଏପ୍ରିଲ ୧୪ରେ ଶିଶୁଟିକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ବେଳେ ରିପୋର୍ଟରେ କରୋନା ପଜିଟିଭ ଆସିଥିଲା। ଏହାପରେ ଚିକିତ୍ସା ଜାରି ରହିଥିଲା। ହେଲେ ଏହି କଅଁଳ ଶିଶୁର ଜୀବନ ନେଇଗଲା ମହାମାରୀ କରୋନା ଭାଇରସ।

ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୫୦୭ରେ ପହଞ୍ଚି ଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୨ହଜାର ୯୭୪ରେ ପହଞ୍ଚିଛି ବର୍ତ୍ତମାନ ସୁଦ୍ଧା ଦେଶରେ ୨ ହଜାର ୨୩୧ ଜଣ ଆରୋଗ୍ୟ ଲାଭ କଲେଣି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

You might also like