କ୍ୱାରେଣ୍ଟିନ୍ ସେଣ୍ଟରରୁ ବାହାରିଲା ନାଗ ସାପ

ଭୁବନେଶ୍ୱର: କ୍ୱାରେଣ୍ଟିନ୍ ସେଣ୍ଟରରୁ ବାହାରିଲା ନାଗ ସାପ। ଭୁବନେଶ୍ୱର ଉପକଣ୍ଠ ବାଳକାଟି ନିକଟ ଏକ ଘରୋଇ ନର୍ସିଂ କଲେଜରେ ହୋଇଥିବା କ୍ୱାରେଣ୍ଟିନ୍ ସେଣ୍ଟରରୁ ଏକ ନାଗ ସାପ ଉଦ୍ଧାର କରାଯାଇଛି।

ଗତକାଲି ସନ୍ଧ୍ୟାରେ କ୍ୱାରେଣ୍ଟିନ୍ ସେଣ୍ଟରରେ ନାଗ ସାପକୁ ଜଣେ ପ୍ରବାସୀ ଦେଖି ଅନ୍ତେବାସୀଙ୍କୁ ଜଣାଇଥିଲେ। ଏହାପରେ ସ୍ନେକ୍‌ ହେଲ୍‌ପ୍‌ଲାଇନ୍‌କୁ ଏ ସମ୍ପର୍କରେ ଅବଗତ କରାଯାଇଥିଲା।

ସ୍ନେକ୍‌ ହେଲ୍‌ପ୍‌ଲାଇନ୍ ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ନାଗ ସାପକୁ ଉଦ୍ଧାର କରିଥିଲେ।

You might also like