୧୧୦ ଫୁଟ ବୋରୱେଲ୍‌ ଭିତରକୁ ଖସିପଡ଼ିଛି ୩ ବର୍ଷର କୁନି ଝିଅ

ପାଟନା: ବିହାର ମୁଙ୍ଗେର ଜିଲ୍ଲାରେ ୧୧୦ ଫୁଟ ଗଭୀର ବୋର୍‌ୱେଲରେ ଖସି ପଡ଼ିଛି ୩ ବର୍ଷର ଶିଶୁ। ଶିଶୁ କନ୍ୟାକୁ ବାହାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରିରହିଛି। ଘଟଣାକୁ ୨୪ ଘଣ୍ଟା ବିତିଯାଇଥିବା ବେଳେ ଝିଅଟିକୁ ଅକ୍ଷତ ଅବସ୍ଥାରେ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି। ଗତକାଲି ମୁଙ୍ଗେର ଜିଲ୍ଲା ମୁରଗିଆଛକ ଅଞ୍ଚଳରେ ଏକ ନିର୍ମାଣାଧୀନ ବୋର୍‌ୱେଲ ଭିତରେ ୩ ବର୍ଷର ଝିଅଟି ଖେଳୁଥିବା ବେଳେ ଅଚାନକ ଖସିପଡ଼ିଥିଲା। ଖବର ପାଇ ବିହାର ଷ୍ଟେଟ୍‌ ଡିଜାଷ୍ଟର୍‌ ରେସ୍‌ପନ୍ସ ଫୋର୍ସ ପକ୍ଷରୁ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା।

ପରେ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପୋଲିସ ଟିମ୍ ବି ଅପରେସନ୍‌ରେ ସାମିଲ ହୋଇଛନ୍ତି। ଅନ୍ୟପକ୍ଷରେ ରେସ୍କ୍ୟୁ ଅପରେସନ୍‌କୁ ଜୋରଦାର କରିବା ପାଇଁ ଆଜି ସେନାକୁ ଏଥିରେ ସାମିଲ କରାଯାଇଛି। ସେହିପରି ଅଧିକ ସହାୟତା ପାଇଁ ଏନ୍‌ଡିଆରଏଫ୍‌କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ପିଲାଟି ନିକଟକୁ ପାଇପ୍ ଯୋଗେ ଅକ୍ସିଜେନ୍‌ ପଠାଯାଉଥିବା ବେଳେ ତାର ସ୍ଥିତି କିଭଳି ରହିଛି, ସେନେଇ କମ୍ପ୍ୟୁଟର ସ୍କ୍ରିନ୍‌ରେ ମନିଟରିଂ କରାଯାଉଛି।

ଆହୁରି ପଢ଼ନ୍ତୁ

ପୁଣିଥରେ ମହିଳା କମିଶନଙ୍କ ନିକଟରେ ହାଜର ହେବା ପାଇଁ ଓଟିଭି ଏମଡିଙ୍କୁ ସମନ

ଦୀପିକାଙ୍କୁ କଙ୍ଗନାଙ୍କ କଟ୍ଟାକ୍ଷ: ‘ମାଲ୍ ହେ କ୍ୟା’

ଓଡ଼ିଆ ପୁଅଙ୍କୁ ଜର୍ସି ଉତ୍ସର୍ଗ କଲେ ଆର୍‌ସିବି ଅଲରାଉଣ୍ଡର୍ ମୋରିସ୍

ନାଳସଫା କରି ପାଠ ପଢ଼ା ଅର୍ଥ ସଂଗ୍ରହ କରୁଥିଲେ ଛାତ୍ର, ସହାୟତାର ହାତ ବଢ଼ାଇଲେ ପୋଲିସ ଅଧିକାରୀ

‘କରୋନା କଣ ଆମେ ଜାଣିନୁ’

ଆଜିଠୁ ଏହିସବୁ ରାଜ୍ୟରେ ଖୋଲିଲା ସ୍କୁଲ୍‌

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

COVID-19କୁ ନେଇ ବଢ଼ିଲା ଚିନ୍ତା; ରୂପ ବଦଳାଇ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରେ ପୁଣି ସଂକ୍ରମିତ ହେଉଛିି

ସୁଶାନ୍ତଙ୍କୁ ହତ୍ୟା କରାଯାଇଥିଲା କି ? ଉଠିଲା ଏହି ୧୦ ପ୍ରଶ୍ନ

ୱାଶ୍‌ରୁମ୍‌ରୁ ମିଳିଲା ଜଣାଶୁଣା ଫ୍ୟାଶନ୍‌ ଡିଜାଇନର୍‌ଙ୍କ ମୃତଦେହ

ଆମେରିକାରେ ଜଲୱା ଦେଖାଲେ ଓଡ଼ିଆ ପୁଅ

ରାସ୍ତାକଡ଼ରେ କାର୍‌‌ ରଖି ବିଷ ପିଇ ଦେଲେ ରାଜନେତା

You might also like