ଦିଲ୍ଲୀରୁ ୩୯ ନେପାଳୀ ଝିଅ ଉଦ୍ଧାର, ଦେହ ବ୍ୟବସାୟ ପାଇଁ ଗଲ୍ଫ ଦେଶକୁ ଚାଲାଣ ହୋଇଥା’ନ୍ତେ!
ନୂଆଦିଲ୍ଲୀ: ନେପାଳୀ ଝିଅମାନଙ୍କୁ ବିଦେଶ ଚାଲାଣ କରୁଥିବା ଏକ ବଡ଼ ଧରଣର ରାକେଟ୍କୁ ଧରିଛି ଦିଲ୍ଲୀ ପୁଲିସ। ନେପାଳର ଗରିବ ଝିଅମାନଙ୍କୁ ଚାକିରି ଦେବା ଲୋଭ ଦେଖାଇ ଭାରତ ଅଣାଯାଇଥିଲା ବୋଲି ପୁଲିସ କହିଛି। ସେମାନଙ୍କୁ ଦେହ ବ୍ୟବସାୟରେ ନିୟୋଜିତ କରିବାକୁ ଦେଶ ବାହାରକୁ ଚାଲାଣ କରାଯିବାକୁ ଏକ ହୋଟେଲରେ ରଖାଯାଇଥିଲା।
ଖବର ମୁତାବକ,ପାହାଡ଼ଗଞ୍ଜ ଅଞ୍ଚଳରେ ହୋଟେଲ ‘ହୃଦୟ ଇନ୍’ ରେ ନେପାଳୀ ଝିଅମାନଙ୍କୁ ରଖାଯାଇଥିବା ନେଇ କୌଣସି ସୂତ୍ରରୁ ପୁଲିସକୁ ଖବର ମିଳିଥିଲା । ପୁଲିସ ମିଳିତ ଭାବେ ତୁରନ୍ତ ଉକ୍ତ ହୋଟେଲ ଉପରେ ବିଳମ୍ବିତ ରାତିରେ ଚଢ଼ଉ କରିଥିଲେ। ରାତି ପ୍ରାୟ ୧ଟା ବେଳୁ ସକାଳ ୬ଟା ପର୍ଯ୍ୟନ୍ତ ଚଢ଼ଉ ଚାଲିଥିଲା। ଚଢ଼ଉ ବେଳେ ୩୯ ଜଣ ନେପାଳୀ ଝିଅଙ୍କୁ ଉଦ୍ଧାର କରାଯାଇଛି। ଏହି ଝିଅମାନଙ୍କୁ ଦେହ ବ୍ୟବସାୟ ପାଇଁ ଗଲ୍ଫ ଦେଶକୁ ଚାଲାଣ କରାଯାଇଥା’ନ୍ତା ବୋଲି ପୁଲିସ ତଦନ୍ତରୁ ଜଣାପଡ଼ିଛି। ଡାକ୍ତରୀ ପରୀକ୍ଷା ପରେ ଏହି ଝିଅମାନଙ୍କୁ ଏବେ ମଧ୍ୟ ଥାନାରେ ଅଟକ ରଖାଯାଇଛି।
ଗତ ଦୁଇ ଦିନ ତଳେ ଦିଲ୍ଲୀର ବସନ୍ତ ବିହାରରୁ ଏକ ବଡ଼ଧରଣର ସେକ୍ସ ରାକେଟ୍କୁ ଧରିଥିଲା ଦିଲ୍ଲୀ ପୁଲିସ । ଏହି ଚଢ଼ଉ ବେଳେ ୧୬ ନେପାଳୀ ମହିଳାଙ୍କ ସମେତ ୧୮ ଜଣଙ୍କୁ ଉଦ୍ଧାର କରାଯାଇଥିଲା।
Within a week 3 rescue operations & 73 Nepali girls rescued from Munirka, Maidangarhi & Paharganj!
Poorest of poor women & girls of Nepal being exploited. True, Delhi is slowly becoming Trafficking Capital of the world!
When will @rajnathsingh ji take cognizance! https://t.co/9raN2IC8Bs
— Swati Maliwal (@SwatiJaiHind) August 1, 2018