କରୋନାରୁ ଆରୋଗ୍ୟ ହେଲେ ୩୩୭୮ ଆକ୍ରାନ୍ତ
ଭୁବନେଶ୍ୱର:- ରାଜ୍ୟରେ ଆଉ ୩୩୭୮ କରୋନା ଆକ୍ରାନ୍ତ ସୁସ୍ଥ ହେଲେ। ରାଜ୍ୟରେ ଏବେସୁଦ୍ଧା ୧ ଲକ୍ଷ ୭୩ ହଜାର ୫୭୧ ଆକ୍ରାନ୍ତ ସୁସ୍ଥ ହେଲେଣି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।
କେଉଁ ଜିଲ୍ଲାରୁ କେତେ:-
ସର୍ବାଧିକ କଟକ ଜିଲ୍ଲାରୁ ୫୪୦ ଜଣ ଅଛନ୍ତି। ସେହିପରି ଖୋର୍ଦ୍ଧାରୁ ୨୮୯, ପୁରୀରୁ ୨୦୦, ଯାଜପୁରରୁ ୧୬୭, ରାୟଗଡ଼ାରୁ ୧୪୧, କନ୍ଧମାଳରୁ ୧୩୭, ସୁନ୍ଦରଗଡ଼ରୁ ୧୩୭, ମୟୂରଭଞ୍ଜରୁ ୧୩୦, ସମ୍ୱଲପୁରରୁ ୧୨୭, କେନ୍ଦ୍ରାପଡ଼ାରୁ ୧୨୩, ଜଗତସିଂହପୁରରୁ ୧୧୫, ବାଲେଶ୍ୱରରୁ ୧୧୧, କେନ୍ଦୁଝରରୁ ୧୦୨, ବରଗଡ଼ରୁ ୧୦୦, କୋରାପୁଟରୁ ୯୯ ଜଣ ସୁସ୍ଥ ହୋଇଛନ୍ତି।
Another 3378 Covid patients have recovered and are being discharged on 27.09.2020
540 from Cuttack
289 from Khordha
200 from Puri
176 from Jajapur
141 from Rayagada
137 from Kandhamal
137 from Sundargarh
130 from Mayurbhanj
127 from Sambalpur
123 from Kendrapara— H & FW Dept Odisha (@HFWOdisha) September 27, 2020
ଝାରସୁଗୁଡ଼ାରୁ ୮୬, ନବରଙ୍ଗପୁରରୁ ୮୪, ସୋନପୁରରୁ ୮୦, କଳାହାଣ୍ଡିରୁ ୭୬, ବଲାଙ୍ଗିରରୁ ୬୮, ମାଲକାନଗିରିରୁ ୬୩, ନୂଆପଡ଼ାରୁ ୪୯, ଭଦ୍ରକରୁ ୪୭, ଅନୁଗୋଳରୁ ୪୫, ଢେଙ୍କାନାଳରୁ ୪୪, ଗଞ୍ଜାମ ୪୨, ନୟାଗଡ଼ରୁ ୩୬, ଗଜପତିରୁ ୩୧, ବୌଦ୍ଧରୁ ୧୪, ଦେବଗଡ଼ରୁ ୭ ଓ ଷ୍ଟେଟ୍ ପୁଲରୁ ୭୯ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।