୪୯ ଦିନରେ ସମାଧିସ୍ଥଳରେ ପହଞ୍ଚିଲା ୩,୨୬୫ ଶବ, କଣ ଲୁଚାଉଛନ୍ତି ପାକ୍‌ ସରକାର?

କରାଚି(ପାକିସ୍ତାନ): ଦିନକୁ ଦିନ ସାରା ବିଶ୍ୱରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ୪୯ ଦିନରେ ପାକିସ୍ତାନର ଏକ ସମାଧିସ୍ଥଳରେ ୩,୨୬୫ ଶବ ପହଞ୍ଚିବା ନେଇ ଏକ ବଡ଼ ଖୁଲାସା ହୋଇଛି

ସୂଚନା ଅନୁସାରେ, ଫେବୃଆରୀ ୨୦ରୁ ଏପ୍ରିଲ ୯ ଯାଏ ଅର୍ଥାତ ଏହି ୪୯ ଦିନରେ ପାକିସ୍ତାନର କରାଚିରେ ଥିବା ସମାଧିସ୍ଥଳରେ ୩,୨୬୫ ଶବ ପହଞ୍ଚିଥିଲା। ଗୁରୁବାର ଦିନ କରାଚି ପ୍ରଶାସନର ପରିସଂଖ୍ୟାନରୁ ଏଭଳି କିଛି ଖୁଲାସା ହୋଇଛି। ତେବେ ଏନେଇ ଅଫିସିଆଲି କୌଣସି ବୟାନ ସାମ୍ନାକୁ ଆସିନାହିଁ। ଫଳରେ ଏହା ଜଣାପଡି ନାହିଁ ଯେ, ଏହି ମୃତ୍ୟୁ କରୋନା ଯୋଗୁ ହୋଇଛି ନା ଅନ୍ୟ କୌଣସି କାରଣ ପାଇଁ।

ଚୀନ ଭଳି ପାକିସ୍ତାନ ମଧ୍ୟ କରୋନା ମୃତକଙ୍କ ସଂଖ୍ୟା ଲୁଚାଉଛି ବୋଲି ପୂର୍ବରୁ ଅନେକ ଚର୍ଚ୍ଚା ହୋଇଥିବା ନଜର ଆସିଛି। ୪୯ ଦିନ ମଧ୍ୟରେ ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁକୁ ନେଇ ଏହି ଘଟଣା ସାମ୍ନାକୁ ଆସିବାପରେ ଏହାକୁ ନେଇ ପ୍ରଶ୍ନ ଉଠିଛି ବୋଲି କୁହାଯାଉଛି।

ପାକିସ୍ତାନରେ କରୋନା ଯାଞ୍ଚ ସଂଖ୍ୟା ବହୁତ କମ। ତେଣୁ ଏହା ମଧ୍ୟ କୁହାଯାଉଛି ଯେ ସାମ୍ନାକୁ ଆସିଥିବା ଏହି ନୂଆ ମାମଲା କାରୋନା ଯୋଗୁ ହୋଇଥାଇପାରେ।

You might also like