ଏମ୍‌କେସିଜିରେ ୨୪ ଘଣ୍ଟିଆ OPD ସେବା, କରୋନା ରୋଗୀଙ୍କୁ ଉତ୍ସାହିତ କରିବେ ମନସ୍ତତ୍ତ୍ୱବିତ୍

ଭୁବନେଶ୍ୱର: କରୋନା ସଂକ୍ରମଣ ରୋକିବା ପାଇଁ ଗଞ୍ଜାମରେ ନୂଆ ରଣକୌଶଳ। ଭିତ୍ତିଭୂମି ସମ୍ପ୍ରସାରଣ, ଟେଲି ମେଡିସିନ ଓ ସଚେତନତା ଉପରେ ଗୁରୁତ୍ୱ। ସ୍ୱାସ୍ଥ୍ୟ ବିଭାଗ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଏହାସହିତ ସୁସ୍ଥ ହେଉଥିବା ସଂକ୍ରମିତ ରୋଗୀଙ୍କ ମାନସିକ ସୁସ୍ଥତା ନିମନ୍ତେ କଲ୍ ସେଣ୍ଟର ଜରିଆରେ ଆବଶ୍ୟକ ପରାମର୍ଶ ଦିଆଯିବ ବୋଲି ଜଣାପଡ଼ିଛି।

ନିଷ୍ପତ୍ତି ଅନୁସାରେ ବ୍ରହ୍ମପୁର ବଡ଼ ମେଡିକାଲର OPD ଓ ଏମର୍ଜେନ୍ସିକୁ ତୁରନ୍ତ ଖୋଲାଯିବ। ଏହାକୁ ୨୪ ଘଣ୍ଟିଆ କାର୍ଯ୍ୟକ୍ଷମ କରାଯିବ। ବ୍ରହ୍ମପୁର ବଡ଼ ମେଡିକାଲରେ ଜଣେ ଅତିରିକ୍ତ ସୁପରିଣ୍ଟେଣ୍ଡେଣ୍ଟ ନିଯୁକ୍ତ ହେବେ। MKCGର ଶିଶୁ ୱାର୍ଡ ୧୦୦ ଶଯ୍ୟା କୋଭିଡ କେୟାର ସେଣ୍ଟର ହେବା ସାଙ୍ଗକୁ ବିଦ୍ୟୁତପୁର ଓ ଶିଶୁମନ୍ଦିରରେ ୧୫୦ ଶଯ୍ୟା କୋଭିଡ କେୟାର କେନ୍ଦ୍ର ପ୍ରତିଷ୍ଠା ହେବ। ବ୍ରହ୍ମପୁର ମହାନଗର ନିଗମ ଏହାକୁ ପରିଚାଳନା କରିବ। ସିଟି ହସ୍ପିଟାଲରେ ମଧ୍ୟ ଚିକିତ୍ସା ସୁବିଧା ମିଳିବ।

ହୋମ୍ ଆଇସୋଲେସନରେ ଥିବା ରୋଗୀଙ୍କୁ ମେଡିସିନ୍ କିଟ୍ ଯୋଗାଇ ଦିଆଯିବା ସହ ଓଡ଼ିଶା ଔଷଧ ସେବନ ସମ୍ପର୍କୀତ ସୂଚନା ମିଳିବ। ବ୍ରହ୍ମପୁର ଓ ଗୋପାଳପୁରରେ ଥିବା ଆଗଧାଡ଼ିର ହୋଟେଲଗୁଡ଼ିକ  ଆଗ ଧା଼ଡ଼ିର କୋଭିଡ୍ ଯୋଦ୍ଧାଙ୍କ ପାଇଁ ସଂରକ୍ଷିତ ରଖିବାକୁ ନିଷ୍ପତ୍ତି ହୋଇଛି।

ଅକ୍ସିଜେନସ୍ତର କମ୍ ଥାଇ ବିଳମ୍ବରେ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କ ନିମନ୍ତେ ପ୍ରତ୍ୟେକ କୋଭିଡ୍ କେୟାର ସେଣ୍ଟର ଓ କୋଭିଡ୍ ହୋମରେ ୧୦ ପ୍ରତିଶତ ବେଡ୍ ସଂରକ୍ଷିତ ରହିବ। ସେହିପରି ହୋମ୍ ଆଇସୋଲେସନରେ ଥିବା ରୋଗୀଙ୍କୁ ମେଡିସିନ୍ କିଟ୍ ଯୋଗାଇ ଦିଆଯିବା ସହ ଓଡ଼ିଆରେ ଔଷଧ ଖାଇବା ସୂଚନା ଦିଆଯିବ।

କୋଭିଡ୍ ସଂକ୍ରମିତ ରୋଗୀଙ୍କ ଭୟ କମାଇବା ଓ ସେମାନଙ୍କୁ ପରାମର୍ଶ ଦେବା ନିମନ୍ତେ ଜଣେ ଲେଖାଏଁ ମନସ୍ତତ୍ତ୍ୱବିତଙ୍କ ନେତୃତ୍ୱରେ ମନସ୍ତାତ୍ତ୍ୱିକ ପରାମର୍ଶଦାତା ରହିବେ । ସେମାନେ ଟେଲି କାଉନସେଲିଂ କରିବେ। ସୁସ୍ଥ ହୋଇଥିବା କୋଭିଡ୍ ରୋଗୀଙ୍କୁ ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯିବ ଓ କୋଭିଡ୍ ମନିଟର ଭାବେ ସେମାନେ ଅତତିକମରେ ୧୦ଜଣ ରୋଗୀଙ୍କୁ ଆବଶ୍ୟକ ପରାମର୍ଶ ଓ ସାହାସ ଦେବେ। ଏଥିପାଇଁ ସେମାନଙ୍କୁ ଏକ ହଜାର ଟଙ୍କା ପ୍ରଦାନ କରାଯିବ।

ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲାରେ ଆଜିସୁଦ୍ଧା ୫୨୮୦ଜଣ ସଂକ୍ରମିତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ଏବେ ୧୬୭୧ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ଓ ୫୨ଜଣଙ୍କ ମୃତ୍ୟୁ ଘଟିଛି । ସମଗ୍ର ରାଜ୍ୟରେ କରୋନାରେ ୮୬ଜଣଙ୍କର ମୃତ୍ୟୁ ହୋଇଛି ।

ଆହୁରି ପଢ଼ନ୍ତୁ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

COVID-19କୁ ନେଇ ବଢ଼ିଲା ଚିନ୍ତା; ରୂପ ବଦଳାଇ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରେ ପୁଣି ସଂକ୍ରମିତ ହେଉଛିି

ସୁଶାନ୍ତଙ୍କୁ ହତ୍ୟା କରାଯାଇଥିଲା କି ? ଉଠିଲା ଏହି ୧୦ ପ୍ରଶ୍ନ

ୱାଶ୍‌ରୁମ୍‌ରୁ ମିଳିଲା ଜଣାଶୁଣା ଫ୍ୟାଶନ୍‌ ଡିଜାଇନର୍‌ଙ୍କ ମୃତଦେହ

ଆମେରିକାରେ ଜଲୱା ଦେଖାଲେ ଓଡ଼ିଆ ପୁଅ

ରାସ୍ତାକଡ଼ରେ କାର୍‌‌ ରଖି ବିଷ ପିଇ ଦେଲେ ରାଜନେତା

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ଭାରତରେ ୩ କରୋନା ଭ୍ୟାକ୍‌ସିନ୍‌ କ୍ଲିନିକାଲ୍‌ ଟ୍ରାଏଲ୍‌ ଷ୍ଟେଜ୍‌ରେ

‘ସଫଳ ହେବନି ଡ୍ରାଗନର ଚାଲ୍’

ସଂସଦରେ ଉଠିଲା ବଲିଉଡର ଡ୍ରଗ୍ସ ଲିଙ୍କ୍ ପ୍ରସଙ୍ଗ

୨୪ ଘଣ୍ଟାରେ ଓଡ଼ିଶାରେ ୧୧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

Corona Update In Odisha: ଆଜି ସର୍ବାଧିକ ୪,୧୯୮ କରୋନା ଆକ୍ରାନ୍ତ‌ ଚିହ୍ନଟ

You might also like