ସପ୍ତାହରେ ଓଡ଼ିଶାରେ କରୋନା ନେଲାଣି ୨୩ ମୁଣ୍ଡ

ଭୁବନେଶ୍ୱର: ଜୁଲାଇ ଆରମ୍ଭରୁ ମହାମାରୀ କରୋନା ଏହାର ଭୟଙ୍କର ରୂପ ଦେଖାଇଛି। ଚଳିତ ମାସରେ ଅର୍ଥାତ୍‌ ସପ୍ତାହରେ ଓଡ଼ିଶାରେ ୨୩ ମୁଣ୍ଡ ନେଲାଣି କରୋନା। ଗତ ୨ ତାରିଖରେ ଗଞ୍ଜାମ ଏବଂ ଅନୁଗୁଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ୩ ତାରିଖରେ କେବଳ ଗଞ୍ଜାମ ଜିଲ୍ଲାର ୨ କରୋନା ଆକ୍ରାନ୍ତ ପ୍ରାଣ ହରାଇଥିଲେ। ଏହାପରେ ୪ ତାରିଖରେ ରେକର୍ଡ ଭାଙ୍ଗି ରାଜ୍ୟରେ ମହାମାରୀ କରୋନାରେ ୫ ଜଣ ପ୍ରାଣ ହରାଇଥିଲେ।

ଏହା ପଛକୁ ଜୁଲାଇ ୬ରେ ୨ ଜଣ ଏବଂ ଜୁଲାଇ ୭ ତାରିଖରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ଆଉ ଆଜି ରାଜ୍ୟରେ ସବୁ ରେକର୍ଡ ଭାଙ୍ଗି ୬ ଜଣଙ୍କ ଜୀବନ ଯାଇଛି ମହାମାରୀ କରୋନାରେ। ଅର୍ଥାତ୍‌ ଜୁଲାଇ ମାସରେ ସ୍ଥିତି ଭୟଙ୍କର ହେବା ନେଇ ଯେଉଁ ଆଶଙ୍କା କରାଯାଉଥିଲା, ତାହା ସତ ହେବାକୁ ଯାଉଛି। ତେବେ ଏହି ଆଶଙ୍କା ଭିତରେ ଚିନ୍ତା ବଢ଼ାଉଛି କରୋନା ହଟ୍‌ସ୍ପଟ୍‌ ସାଜିଥିବା ଗଞ୍ଜାମ ଜିଲ୍ଲା। ଏଠାରେ ଦିନକୁ ଦିନ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି।

ଗଞ୍ଜାମରେ ଜୁଲାଇ ମାସରେ ବର୍ତ୍ତମାନ ସୁଦ୍ଧା ଅର୍ଥାତ୍‌ ଗତ ୭ ଦିନ ମଧ୍ୟରେ ୧୩ ଜଣଙ୍କ ଜୀବନ ଗଲାଣି। ଗତ ୨ ତାରିଖରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩ ତାରିଖରେ ୨ ଜଣ, ୪ ତାରିଖରେ ୩ ଜଣ, ୬ ତାରିଖରେ ଜଣଙ୍କ ଜୀବନ ଯାଇଥଲା। ଏହାପରେ ଗତକାଲି ଅର୍ଥାତ୍‌ ଜୁଲାଇ ୭ରେ ୩ ଏବଂ ଆଜି ପୁଣି ୩ ଜଣଙ୍କ ମୁଣ୍ଡ ନେଇଛି ମହାମାରୀ। ଏହି ସପ୍ତାହକର ସଂଖ୍ୟାକୁ ମିଶାଇ କେବଳ ଗଞ୍ଜାମ ଜିଲ୍ଲାରେ ହିଁ ମୋଟ୍ ମୃତ୍ୟୁ ସଂଖ୍ୟା ୨୭ରେ ପହଞ୍ଚିଲାଣି।

ଆହୁରି ପଢ଼ନ୍ତୁ

ଘୁଞ୍ଚିଲା ଓଡ଼ିଶା ସିଭିଲ୍‌ ସର୍ଭିସ-୨୦୧୯ର ମୁଖ୍ୟ ଲିଖିତ ପରୀକ୍ଷା

ମାମୁଙ୍କୁ ହତ୍ୟା କରି ପୋଖରୀରେ ଫିଙ୍ଗି ଦେଲେ ଭଣଜା

କୂଅ ଭିତରୁ ମିଳିଲା ନିଖୋଜ ମା’ ଓ ପୁଅଙ୍କ ମୃତଦେହ

କେବେ ଖୋଲିବ ମନ୍ଦିର? ଦ୍ୱିତୀୟ ଥର ପାଇଁ ଘଣ୍ଟ ପିଟିଲେ ସେବାୟତ

୧୫ ହଜାର ଟଙ୍କାରେ ବିକ୍ରି ହେଲା ମାସେ ୭ ଦିନର ଶିଶୁକନ୍ୟା

ଖୋଲା ଜିପ୍‌ରେ ବସି ପ୍ରଚାର କଲେ ବେଣୁଧର

ଉପନିର୍ବାଚନ ସମୀକ୍ଷା କଲେ ମୁଖ୍ୟ ନିର୍ବାଚନ ଅଧିକାରୀ

ମଇଦାନକୁ ନଯାଇ ପ୍ରଚାର କଲେ ନବୀନ

ରାଜ୍ୟରେ ଆରୋଗ୍ୟ ସଂଖ୍ୟା ୨ ଲକ୍ଷ ୭୦, ୧୩୦କୁ ବୃଦ୍ଧି

ମୁଖ୍ୟମନ୍ତ୍ରୀଙ୍କୁ  ନିରଞ୍ଜନଙ୍କ ପ୍ରଶ୍ନ; ନିଜେ ସୁରକ୍ଷିତ ରହି ଲୋକଙ୍କୁ କାହିଁକି ବିପଦକୁ ଠେଲୁଛ ?

ଭୁବନେଶ୍ୱରରେ କମୁଛି କରୋନା ସଂକ୍ରମଣ; ଦିନକରେ ୧୧୦ ପଜିଟିଭ ଚିହ୍ନଟ

ତିର୍ତ୍ତୋଲ ପାଇଁ ଭର୍ଚୁଆଲ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ

You might also like