ଭାରତୀୟ ନୌସେନାର ପାଖାପାଖି ୨୦ ଜଣ ଯବାନ କରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗି ଥିବାବେଳେ ଏବେ ଭାରତତୀୟ ନୌସେନାର କିଛି ଯବାନମାନେ ଏହି ମହାମାରୀ ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ପାଖାପାଖି  ୨୦ ଜଣ ଯବାନଙ୍କ ରିପୋର୍ଟ କରୋନା ପଜିଟିଭ ଆସିଛି।

INS Angre ର ଏହି ଯବାନମାନଙ୍କୁ ମୁମ୍ବାଇ ସ୍ଥିତ ଏକ ନାଭାଲ ହସ୍ପିଟାଲରେ କ୍ୱାରେଣ୍ଟାଇନରେ ରଖାଯାଇଛି। ବର୍ତ୍ତମାନ INS Angre ମୁମ୍ବାଇ କୋଷ୍ଟରେ ରହିଛି। ଦେଶରେ ପ୍ରଥମ ଥର ପାଇଁ ନୌସେନା ବେସରେ କରୋନା ପଜିଟିଭ ଚିହ୍ନଟ ହୋଇଛି।

ତେବେ ଏହି ଯବାନମାନଙ୍କ ସଂସ୍ପର୍ଶରେ କେଉଁ କେଉଁ ମାନେ ଆସିଛନ୍ତି ସେମାନଙ୍କୁ ଖୋଜା ଚାଲିଛି। ଏହାସହ ଏହି ଯବାନମାନେ ଡ୍ୟୁଟି କିମ୍ୱା ଅନ୍ୟ କାମରେ କେଉଁ କେଉଁ ସ୍ଥାନକୁ ଯାଇଥିଲେ ତା’ର ମଧ୍ୟ ପତ୍ତା ଲଗାଯାଉଛି।

You might also like