ଅାତଙ୍କବାଦୀ ସଂଗଠନ ହିଜବୁଲର ୨ ସଦସ୍ୟ ନିହତ

କାଶ୍ମୀର ଉପତ୍ୟକାରେ ସେନାକୁ ସଫଳତା

ଜମ୍ମୁ କାଶ୍ମୀର  : କାଶ୍ମୀର ଉପତ୍ୟକାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ହାନ୍ଦଓ୍ୱାରାରେ ୨ ଅାତଙ୍କବାଦୀଙ୍କୁ ଏନକାଉଣ୍ଟର କରିଛି ସେନାବାହିନୀ ମୃତକଙ୍କ ମଧ୍ୟରେ ଅାତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନର କମାଣ୍ଡର ମନ୍ନାନ ୱାନୀ ରହିଛି।  ମନ୍ନାନ ଅଲିଗମୁସଲିମ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ଚଳିତ ବର୍ଷ ସେ କ୍ୟାମ୍ପସରୁ ନିଖୋଜ ହୋଇଯାଇଥିଲା ଅନ୍ୟଜଣେ ଅାତଙ୍କବାଦୀ ଲାନଗେଟ୍ ତୁଲନାରିର ଅାଶିକ୍ ହୁସେନ ଜରଗାର ବୋଲି ଜଣାପଡିଛି 

 

ନିହତ ଅାତଙ୍କବାଦୀଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ଅନ୍ୟ ପଟେ ଜାମ୍ମୁ କାଶ୍ମୀର ପୁଞ୍ଛ ଜିଲ୍ଲାର କ୍ରିଷ୍ଣା ଘାଟିରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନୀ ସେନା। ଗତ ରାତି ଠାରୁ ବିଏସ୍ଏଫ୍ ପୋଷ୍ଟ ଉପରକୁ ଅାଖିବୁଜା ଗୁଳିମାଡ଼ କରିଥିଲା ପାକିସ୍ତାନ ରେଞ୍ଜର୍ସ ଏଥିରେ ଜଣେ ସୁରକ୍ଷାକର୍ମୀ ସାମାନ୍ୟ ଅାହତ ହୋଇଥିବା ଜଣାପଡ଼ିଛି

You might also like
Comments
Loading...