ବରଫପାତର ସୁଯୋଗ ନେଇ ଅନୁପ୍ରବେଶ କରୁଥିବା ୨ ଆତଙ୍କୀ ନିପାତ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରରେ ଚାଲିଥିବା ଜିଲ୍ଲା ପରିଷଦ ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ମତଦାନ ଚାଲିଛି। ଏହି ସମୟରେ ବରଫପାତର ସୁଯୋଗ ନେଇ ଅନୁପ୍ରେବେଶ ଉଦ୍ୟମ ବେଳେ ସେନା ଗୁଳିରେ ୨ ଆତଙ୍କବାଦୀ ନିପାତ ହୋଇଛନ୍ତି । ତେବେ ତାଙ୍କର ଜଣେ ସହଯୋଗୀ ସେନା ଆଗରେ ସରେଣ୍ଡର କରିଛି ।

ଶୁକ୍ରବାର ଏହି ଆତଙ୍କବାଦୀ ମାନେ ଲାଇନ ଅଫ କଣ୍ଟ୍ରୋଲ ଅତିକ୍ରିମ କରି ଜମ୍ମୁ ଓ କାଶ୍ମୀରର ସୋପିଆନ ଅଞ୍ଚଳରେ ଅନୁପ୍ରବେଶ କରିଥିଲେ।  ସେନା ଏହା ଉପରେ କଡ଼ା ନଜର ରଖିଥିଲା । ଶନିବାର ଦୁରାନ ପୋସାନା ଅଞ୍ଚଳରେ ସେନା ସହ ଆତଙ୍କବାଦୀଙ୍କ ଗୁଳି ବିନିମୟ ହୋଇଥିଲା। ଏଥିରେ ଦୁଇ ଜଣ ପାକିସ୍ତାନୀ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କର ଜଣେ ସହଯୋଗୀ ସେନା ଆଗରେ ସରେଣ୍ଡର କରିଥିବା ଚିତ୍ର ପୋଲିସ ରିଲିଜ କରିଛି।

 

You might also like