ଜୀଇଁବା ପାଇଁ ରୋଗ ସହ ଲଢୁଛନ୍ତି ଦୁଇ କଅଁଳ ଶିଶୁ

ଯାଜପୁର: କଁଅଳ ବୟସରେ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛି ଜୀବନ । ଖେଳ କୁଦ ବୟସରେ ଶଯ୍ୟାଶାୟୀ ହୋଇଛନ୍ତି ଯାଜପୁର ଜିଲ୍ଲାର ଦାନଗଦୀ ଓ ଧର୍ମଶାଳା ବ୍ଲକର ଦୁଇ କୁନି ଶିଶୁ। ଜଣେ ଗଛରୁ ପଡ଼ି ଗୋଡ଼ ଭାଙ୍ଗିଯିବାରୁ ଉଠିପାରୁନାହାନ୍ତି॥ ଆଉ ଜଣେ ଦେଢ଼ ବର୍ଷରୁ ଜ୍ୱରରେ ପୀଡ଼ିତ ହୋଇ କଷ୍ଟ ସହୁଛନ୍ତି । ଉଭୟ ଶିଶୁଙ୍କ ପରିବାର ବର୍ଗ ପାଇଁ ଚିକିତ୍ସା ଲାଗି ଅର୍ଥ ବାଧକ ସାଜିଥିବା ବେଳେ ଏବେ ସରକାରୀ ସହୟତାକୁ ଚାହିଁ ରହିଛନ୍ତି ।

ଯେଉଁ ବୟସରେ ଖେଳ କୁଦ, ବୁଲା ବୁଲି ଓ ମଉଜ ମସ୍ତିରେ ମସଗୁଲ ରହି ଜୀବନକୁ ଉପଭୋଗ କରିବାର କଥା ସେହି ବୟସରେ ବୋଝ ହୋଇଯାଇଛି ଜୀବନ। ଅସହ୍ୟ ଯନ୍ତ୍ରଣାକୁ ସହି ସେମାନଙ୍କୁ ଜୀଇଁବାକୁ ପଡ଼ୁଛି। ଏହି କୁନି କୁନି ଶିଶୁ ଜୀବନ କଣ ବୁଝିବା ଆଗରୁ ଶଯ୍ୟାଶାୟୀ ହୋଇ ଯାଇଛନ୍ତି।

୬ ବର୍ଷର ଜାଉରା ବାଦରା । ଘର ଯାଜପୁର ଜିଲ୍ଲା ଦାନଗଦୀ ଚାନ୍ଦିଆ ପଞ୍ଚାୟତ ଟାଙ୍ଗର ସାହି । ବର୍ଷେ ତଳେ ଗଛରୁ ପଡ଼ି ଗୋଡ଼ ଭାଙ୍ଗିଗଲା। ଗୋଡର ହାଡ ଭାଙ୍ଗି ବାହାରକୁ ବାହାରି ଆସିଥିବା ବେଳେ ଚିକିତ୍ସା ଅଭାବରୁ ଗୋଡଟି ଏବେ ପଚି ନଷ୍ଟ ହେବାକୁ ବସିଲାଣି। ବିଧବା ମା’ ବିରେନ୍ ହିଁ ଶାଶୁବୁଢୀ ଓ ଅନ୍ୟ ଦୁଇ ପିଲାଙ୍କ ବୋଝ ମୁଣ୍ଡାଇବା ସହ ଶିଶୁଟିର ସେବା ଯତ୍ନ କରୁଛି । ଚିକିତ୍ସା ପାଇଁ ପାଖରେ ପଇସା ନାହିଁ ।ଦାନଗଦୀ ବିଡିଓ କହିଛନ୍ତି ଶିଶୁର ଚିକିତ୍ସା ପାଇଁ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦିଆଯିବ।

ଆଉ ଜଣେ ହେଉଛନ୍ତି,  ଧର୍ମଶାଳା ବ୍ଲକ ହରିଚନ୍ଦନପୁରର ୫ ବର୍ଷର ଶିଶୁ ପ୍ରତ୍ୟୁଷ ଜେନା। ଦିନ ମଜୁରିଆ ଭାବେ କାମ କରୁଥିବା ପ୍ରଭାତ ଜେନାଙ୍କ ପୁଅ ୩ ବର୍ଷ ତଳେ ରୋଗରେ ପୀଡିତ ହୋଇ ଯନ୍ତ୍ରଣାରେ ଛଟପଟ ହେଉଛି। ଦେଢ଼ ବର୍ଷ ବୟସରେ ଭୀଷଣ ଜ୍ୱରର ପୀଡ଼ିତ ହୋଇଥିଲା ପ୍ରତ୍ୟୁଷ। ଆଉ ସେହି ଦିନଠାରୁ ସ୍ୱାସ୍ଥ୍ୟବସ୍ଥାରେ ଅବନତି ଘଟି ଚାଲିଛି ।

ମଜ୍ଜା ଖରାପ ହୋଇଛି ବୋଲି ଡାକ୍ତର କହିବାପରେ କଟକ ଶିଶୁ ଭବନରୁ ଦିଲ୍ଲୀର ଏମ୍ସରେ ଚିକିତ୍ସା ପାଇଁ ନିଆଯାଇଥିଲା । ହେଲେ ଏଥିରେ କୌଣସି ସୁଫଳ ମିଳିପାରିନାହିଁ। ଏବେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ।ପୁଅର ଚିକିତ୍ସା ପାଇଁ ପ୍ରଶାସନ ପକ୍ଷରୁ ସହାୟତା ଯୋଗଇ ଦେବା ଲାଗି ପରିବାର ଓ ଗ୍ରାମବାସୀ ଅନୁରୋଧ କରିଛନ୍ତି

ଆହୁରି ପଢ଼ନ୍ତୁ

ଜୀବନକୁ ବାଜି ଲଗାଇ ଚାରି ଜଣଙ୍କୁ ବଞ୍ଚାଇଲା ଗର୍ଭବତୀ କୁକୁର

ହଠାତ୍‌ ଲାଲ୍‌ ହୋଇଗଲା ନଦୀର ପାଣି, ଦୋଷୀକୁ ଧରାଇ ଦେଲେ ମିଳିବ ପୁରସ୍କାର

ଗୁଳିଠାରୁ ଅଧିକ ବେଗରେ ମାଡ଼ି ଆସୁଛି ଉଲ୍‌କାପିଣ୍ଡ; ପଡ଼ିବ କି ପୃଥିବୀ ପୃଷ୍ଠରେ ? ନାସା କହିଲା…

ସୋନୁ ସୁଦ୍‌ଙ୍କର ଅଜବ୍‌ ଫ୍ୟାନ୍‌, ଦେଖା କରିବାକୁ ସାଇକେଲ୍‌ରେ ବିହାରରୁ ମୁମ୍ୱାଇ ଯାତ୍ରା କରିବେ

ସିନ୍ଧୁ ନଦୀରୁ ଉଦ୍ଧାର ହେଲା ମାଂସ ଖିଆ ମାଛ

ମାସ୍କ ନପିନ୍ଧିବାରୁ ଦୋକାନି ଖାଇଲେ ମାଡ

ଟ୍ରେନ୍‌ ତଳୁ ବଞ୍ଚିଗଲେ ମହିଳା

ଭୂମିରେ ଶୋଇଥିଲେ ଶହଶହ ମହିଳା, ତାଙ୍କ ଉପରେ ଚାଲି ଚାଲି ଯାଉଥିଲେ ପୂଜକ….

ସୋମବାର ବର୍ଷର ଶେଷ ଚନ୍ଦ୍ର ଗ୍ରହଣ; କ’ଣ ରହିଛି ବିଶେଷତ୍ୱ, ଜାଣନ୍ତୁ…

ଜମି ଖୋଳୁ ଖୋଳୁ ବାହାରିଲା ୧୨୨ଟି ଘାତକ ବୋମା

ବନବାସ ବେଳେ ଓଡ଼ିଶା ଆସିଥିଲେ କି ପଞ୍ଚୁପାଣ୍ଡବ?

କେବୁଲ ବେଳାଭୂମିରେ ସାର୍କ ଆକ୍ରମଣ

You might also like