ପାରଳାଖେମୁଣ୍ଡିର ୨ଟି ସିନେମା ହଲ୍ ସିଲ୍ କଲା ଜିଲ୍ଲା ପ୍ରଶାସନ

ଅନିର୍ଦ୍ଦିଷ୍ଟ କାଳ ଯାଏଁ ଜୟ ମା ଓ ଲକ୍ଷ୍ମୀ ସିନେମା ହଲ ସିଲ୍

ପାରଳାଖେମୁଣ୍ଡି : ଦର୍ଶକ ମାନିଲେନି ସାମାଜିକ ଦୂରତା ।  ପୁଣି ଦୁଇ ସିନେମା ହଲ୍ ସିଲ୍ । ଗଜପତି ପାରଳାଖେମୁଣ୍ଡିର ୨ଟି ସିନେମା ହଲ୍ ସିଲ୍ କଲା ଜିଲ୍ଲା ପ୍ରଶାସନ । କୋଭିଡ୍ ଗାଇଡଲାଇନ୍ ଉଲ୍ଲଙ୍ଘନ ଅଭିଯୋଗରେ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଜୟ ମା ଓ ଲକ୍ଷ୍ମୀ ସିନେମା ହଲ୍ ସିଲ୍ କରାଯାଇଛି । ସଂକ୍ରମଣ ବଢ଼ୁଥିବା ବେଳେ ପ୍ରଶାସନ ଏପରି କଡ଼ା ନିଷ୍ପତ୍ତି ନେଇଛି । ଗତକାଲି ଏକ ତେଲୁଗୁ ଫିଲ୍ମ ଦେଖିବାକୁ ସିନେମା ହଲରେ ପ୍ରବଡ଼ ଭିଡ଼ ଜମିଥିଲା । ଟିକେଟ କାଉଣ୍ଟରରେ ଭିଡ଼ ଜମିବାରୁ ପୋଲିସ ଲାଠି ମାଡ଼ ମଧ୍ୟ କରିଥିଲା । ଗତକାଲି କରୋନା କଟକଣା ଉଲ୍ଲଂଘନ ଅଭିଯୋଗରେ ରାୟଗଡ଼ାର  ଏକ ସିନେମା ହଲ୍ ସିଲ୍ ହୋଇଥିଲା । ସେହିପରି ଉଦୟପ୍ଲାଜା ସିନେମା ହଲକୁ କେବଳ ଚେତାବନୀ ଦେଇ ଛାଡ଼ି ଦେଇଥିଲା ପ୍ରଶାସନ।

ସୂଚନା ଅନୁସାରେ ଗତକାଲି ୱକିଲ ସାବ୍ ନାମକ ଏକ ତେଲୁଗୁ ସିନେମା ରିଜିଲ୍ ହୋଇଥିଲା । ଯେଉଁଥିପାଇଁ ଗଜପତି ସମେତ ପଡୋଶୀ ଆନ୍ଧ୍ରରୁ ଶହ ଶହ ଲୋକ ସିନେମା ହଲରେ ଗହଳି ଲଗାଇଥିଲେ । କୋଭିଡ ନିମୟ ମାନୁନଥିବା ବେଳେ କେହି ମାସ୍କ ପିନ୍ଧିନଥିଲେ । ସରକାରଙ୍କ ଚେତାବନୀ ସତ୍ତ୍ୱେ ୫୦ ଭାଗ ନୁହେଁ ସିନେମା ହଲ ହାଉସଫୁଲ ହୋଯାଇଥିଲା। କେବଳ ଏତିକି ନୁହେଁ ବାହାରେ ମଧ୍ୟ ଶହ ଶହ ଲୋକଙ୍କ ଭିଡ଼ ଜମିଥିଲା । ଗତକାଲି ଏଥିପାଇଁ ଲାଠି ମାଡ଼ ହୋଇଥିଲା । ଏହାର ପରିଣାମ ସ୍ୱରୂପ ଆଜି ଦୁଇଟି ସିନେମା ହଲକୁ ସିଲ୍ କରିଛି ପ୍ରଶାସନ ଓ ପୋଲିସ୍ ।

ସେପଟେ ରାଜ୍ୟରେ ମହାମାରୀ ପୁଣି କାୟା ବିସ୍ତାର କରିବାରେ ଲାଗିଲାଣି । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ବଢ଼ିଚାଲିଛି । ଆଜି ୧୩୭୪ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରେ ଥିଲେ ୮୧୨ ଏବଂ ଲୋକାଲ କେସ ୫୬୩ । ଆଜି ସୁନ୍ଦରଗଡ ରେକର୍ଡ କରିଛି। ଏକ ସୁନ୍ଦରଗଡ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୩୫୫ ଜଣ ଆକ୍ରାନ୍ତ। ଗତକାଲି ମଧ୍ୟ ସବୁଠାରୁ ଅଧିକ ରୋଗୀ ଏହି ଜିଲ୍ଲାରୁ ଚିହ୍ନଟ ହୋଇଥିଲେ। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପଟେ କଟକ ବଡ଼ ମେଡିକାଲର ନର୍ସିଂ କଲେଜ ବନ୍ଦ ACS ଙ୍କ ନିର୍ଦ୍ଦେଶ କ୍ରମେ ନର୍ସିଂ କଲେଜକୁ ବନ୍ଦ କରାଯାଇଥିବା ଅନୁଷ୍ଠାନର ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ  ପକ୍ଷରୁ ସୂଚନା ଦିଆଯାଇଛି । ଆଜି ସଂଧ୍ୟା ସୁଦ୍ଧା ହଷ୍ଟେଲ ଛାଡ଼ିବା ପାଇଁ ଅନ୍ତେବାସୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ SCB ନର୍ସିଂ କଲେଜ ବନ୍ଦ ରହିବ ବୋଲି କୁହାଯାଇଛି । ସେପଟେ ଛାତ୍ରୀମାନେ କିନ୍ତୁ ଅଲଗା କଥା କହୁଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ପ୍ରିନ୍ସପାଲଙ୍କ ବିରୋଧରେ ଧାରଣା ଦେଇଥିବାରୁ ପ୍ରତିଶୋଧ ନେବାକୁ ନର୍ସିଂ କଲେଜ ବନ୍ଦ କରାଯାଇଛି  ।

 

 

 

 

You might also like