ଦୀପାବଳି ପୂର୍ବରୁ ଲିଭିଗଲା ୨ ଭାଇଙ୍କ ଜୀବନଦୀପ

‍‍‍ବଣାଇ:  ଆଜି ଦୀପାବଳି। ହେଲେ ଦୁଇ ପୁଅଙ୍କୁ ହରାଇ ଘରେ ଖେଳି ଯାଇଛି ଶୋକର ଛାୟା।  ସୁନ୍ଦରଗଡ କୋଇଡ଼ା ଥାନା ଅନ୍ତର୍ଗତ ବାଲିଯୋଡ଼ି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ୨ ଭାଇଙ୍କର ମୃତ୍ୟୁ ଘଟିଛି।  ମୃତକ ଦୁଇ ଜଣ ହେଲେ କୋଇଡା ଥାନା ନିକଟସ୍ଥ କାଦଢ଼ିଆ ଗ୍ରାମର ଅରୁଣ ମାଝୀ ଓ ତାଙ୍କ ଭାଇ ଅଜୟ ମାଝୀ

ଗତକାଲି ରାତିରେ ଦୁଇ ଭାଇ କୌଣସି କାର୍ଯ୍ୟରେ ବାଇକ ଯୋଗେ ନିକଟସ୍ଥ ଡେଙ୍ଗୁଳା ଗ୍ରାମକୁ ଯାଉଥିଲେ।  ବାଲିଝୁଡି ନିକଟରେ ଏକ ଅଜଣା ଗାଡି ଧକ୍କା ଦେଇଥିଲା । ଫଳରେ ଅରୁଣଙ୍କର ଘଟଣାସ୍ଥଳରେ ମୃତ୍ୟ ହୋଇଥିଲା।  ଗୁରୁତର ଥିଲେ ଅଜୟ। ପରେ କୋଇଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଛି।

କୋଇଡା ଅଞ୍ଚଳରେ ଦିନକୁ ଦିନସଡ଼କ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି। ମାସକ ମଧ୍ୟରେ ସଡକ ଦୁର୍ଘଟଣାରେ  ୮ ଜଣଙ୍କ ମୃତ୍ୟ ଘଟିଲାଲି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉଦବେଗ ପ୍ରକାଶ ପାଇଛି।

 

You might also like