ଭଲ ଖବର: କରୋନା ଯୁଦ୍ଧରେ ଜିତିଲା ଅଢେଇ ବର୍ଷର ଶିଶୁ

ଲକ୍ଷ୍ନୌ: ମହାମାରୀ କରୋନା ଭାଇରସକୁ ନେଇ ସମଗ୍ର ବିଶ୍ୱ ଚିନ୍ତିତ ଥିବାବେଳେ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଏକ ଖୁସି ଖବର ଆସିଛି।

ଲକ୍ଷ୍ନୌର ଜଣେ ଅଢେଇ ବର୍ଷର ଶିଶୁ ପୁତ୍ର ମହାମାରୀ କରୋନା କବଳରୁ ଜିତିଛନ୍ତି। ଏହି କଅଁଳ ବୟସର ଶିଶୁର ଶରୀରରେ କରୋନା ଭୂତାଣୁ ଥିବା ନେଇ ଟେଷ୍ଟରେ ଜଣାପଡିଥିଲା। କିନ୍ତୁ ଚିକିତ୍ସା ପରେ ଏବେ ତାଙ୍କର ଦୁଇଟି ରିପୋର୍ଟ ନେଗେଟିଭ ଆସିଛି। ଶିଶୁଟି ସୁସ୍ଥ ହେବାପରେ ଚିକିତ୍ସିତ ହେଉଥିବା ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି।

ସୂଚନାଥାଉ କି, ଏହା ପୂର୍ବରୁ ଶିଶୁଟିର ମା’ କରୋନାରେ ଆକ୍ରାନ୍ତ ହୋଇଥିଲେ ଓ ପରେ ସୁସ୍ଥ ହୋଇଥିଲେ।

ଲକ୍‌ଡାଉନ୍‌ ଲାଗୁ ହୋଇନଥିଲେ ଦେଶରେ ଏବେ ୨ ଲକ୍ଷରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଥାନ୍ତେ। ଆଜି ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରଓ୍ୱାଲ।

You might also like