ହଟ୍‌ସ୍ପଟ୍‌ ଜିଲ୍ଲାରୁ କଟକ ସହରକୁ ଆସିଲେ ୧୪ ଦିନ କ୍ୱାରେଣ୍ଟିନ୍

କଟକ: ଓଡ଼ିଶାର କୌଣସି ହଟ୍‌ସ୍ପଟ୍‌ ଜିଲ୍ଲାରୁ ଯଦି କେହି କଟକ ସହରକୁ ଆସିବେ, ତା’ହେଲେ ସେମାନେ ୧୪ ଦିନ କ୍ୱାରେଣ୍ଟିନ୍‌ରେ ରହିବା ବାଧ୍ୟତାମୂଳକ। ଏନେଇ କଟକ ମହାନଗର ନିଗମ(CMC ) କମିଶନର ସୂଚନା ଦେଇଛନ୍ତି।

କଟକ ଜିଲ୍ଲାର ହଟ୍‌ସ୍ପଟ୍‌ ବ୍ଲକରୁ କଟକ ସହରକୁ ଆସିଲେ ବି ୧୪ ଦିନ କ୍ୱାରେଣ୍ଟିନ୍‌ରେ ରହିବେ। କେବଳ ଜିଲ୍ଲା ନୁହେଁ, ଅନ୍ୟ ରାଜ୍ୟ ଓ ବିଦେଶରୁ ଫେରିଥିଲେ ବି ଏଣିକି ୧୪ ଦିନ କ୍ୱାରେଣ୍ଟିନ୍‌ରେ ରହିବେ। ଯଦି କୌଣସି ବ୍ୟକ୍ତି ଏହି ନିୟମର ଖିଲାପ କରନ୍ତି ତା’ହେଲେ ଏ ସମ୍ପର୍କରେ ସୂଚନା ପାଇଲେ ତୁରନ୍ତ ଜଣାଇବାକୁ ସିଏମ୍‌ସି କମିଶନର କହିଛନ୍ତି।

ଆହୁରି ମଧ୍ୟ ପଢ଼ନ୍ତୁ: କଟକରୁ ଆଉ ୫୦ କରୋନା ପଜିଟିଭ ଚିହ୍ନଟ

ଆହୁରି ପଢ଼ନ୍ତୁ

You might also like