୧୪ ଦିନିଆ ଲକ୍ଡାଉନ୍: ଜାଣନ୍ତୁ କ’ଣ ଖୋଲା ରହିବ
ଭୁବନେଶ୍ୱର: କରୋନା ସଂକ୍ରମଣ ରୋକିବାକୁ ଓଡ଼ିଶା ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ବହୁଳ ସକ୍ରିୟ ସଂକ୍ରମିତ ଥିବା ୪ଟି ଜିଲ୍ଲା ଯଥା-ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଏବଂ ରାଉରକେଲା ମହାନଗର ନିଗମରେ ଆଜି ରାତି ୯ଟାରୁ ୧୪ ଦିନିଆ ଲକ୍ଡାଉନ୍ କଟକଣା ଲାଗୁ ହେବ।
ଆସନ୍ତୁ ଜାଣିବା ଏହି ଲକ୍ଡାଉନ୍ ବେଳେ କ’ଣ ସବୁ ଖୋଲା ରହିବ…
ଆହୁରି ପଢ଼ନ୍ତୁ
- ଲକ୍ଡାଉନ୍ ବେଳେ ଅତ୍ୟାବଶ୍ୟକୀୟ ଦୋକାନ ଖୋଲା ରହିବ। ସକାଳ ୬ରୁ ଦିନ ୧ଟା ଯାଏ କ୍ଷୀର, ପରିବା ଓ ତେଜରାତି ଦୋକାନ ଖୋଲା ରହିବ। ଖାଦ୍ୟ, ଗ୍ରୋସରୀ, ପରିବା, ମାଛ, ମାଂସ ଓ ଅଣ୍ଡାର ହୋମ୍ ଡେଲିଭରି ଜୋମାଟୋ, ସ୍ୱିଗି, OPOLFED, OMFED ଓ ଚିଲିକା ଫ୍ରେସ୍ ଦ୍ୱାରା ହୋଇପାରିବ।
- ହସ୍ପିଟାଲ, ନର୍ସିଂହୋମ, କ୍ଲିନିକ୍ ଓ ଔଷଧ ଦୋକାନକୁ କଟକଣା ମୁକ୍ତ କରାଯାଇଛି।
- କୃଷି ଓ ଉଦ୍ୟାନ କୃଷି କାର୍ଯ୍ୟ, ମାଛଚାଷ, ପଶୁପାଳନ କଟକଣାମୁକ୍ତ ରହିବ। ଇଣ୍ଡଷ୍ଟ୍ରି, ଫ୍ୟାକ୍ଟ୍ରି, ନିର୍ମାଣ କାର୍ଯ୍ୟ ଚାଲିପାରି।
- ହୋଟେଲ୍, IT/ITeS ସ୍ୱଳ୍ପ କର୍ମଚାରୀରେ କାର୍ଯ୍ୟ ଚାଲିବ।
- ଜାତୀୟ ରାଜପଥ କଡ଼ରେ ଥିବା ଢାବା ଖାଦ୍ୟ ପାର୍ସଲ ଦେଇପାରିବେ। ପେଟ୍ରୋଲ ପମ୍ପ୍, ସିଏନ୍ଜି ଷ୍ଟେସନ୍, ରନ୍ଧନ ଗ୍ୟାସ ବିତରଣ ଖୋଲା ରହିବ।
- ଅନୁମତିପ୍ରାପ୍ତ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ ଖୋଲା ରହିବ।
- ସ୍ଥାନୀୟ ପ୍ରଶାସନ ଅନୁମତିରେ ବିବାହ ଓ ଅନ୍ତିମ ସଂସ୍କାର କରିହେବ।
- ଏୟାରପୋର୍ଟ, ରେଲ୍ୱେ ଷ୍ଟେସନ ଓ ବସ୍ ଟର୍ମିନାଲ ଖୋଲା ରହିବ।
- ଜାତୀୟ ରାଜପଥରେ ଯାନବାହନ ଚାଲିବ ଓ ମାଲ୍ ପରିବହନ ଜାରି ରହିବ।
- ଏୟାରପୋର୍ଟ, ରେଲ୍ୱେ ଷ୍ଟେସନ ଓ ବସ୍ଷ୍ଟାଣ୍ଡ୍କୁ ବସ୍, ଟାକ୍ସି, ବ୍ୟକ୍ତିଗତ ଗାଡ଼ି ଯାଇପାରିବ। କିଛି ନିର୍ଦ୍ଦିଷ୍ଟ ଜରୁରୀକାଳୀନ ସରକାରୀ ଅଫିସ୍ ଖୋଲା ରହିବ। ସ୍ୱଳ୍ପ କର୍ମଚାରୀରେ କାମ କରିବେ ଏଟିଏମ୍, ଟ୍ରେଜେରି, ପୋଷ୍ଟ ଅଫିସ୍ ଓ ଅନ୍ୟାନ୍ୟ ଆର୍ଥିକ ସଂସ୍ଥା।
- ଘରୋଇ ପରିବହନ ଓ ଟାକ୍ସି ଓଲା, ଉବେରକୁ ଅନୁମତି।
- ପାଣିପାଗ ବିଭାଗ ଓ ଜାତୀୟ ସୂଚନା କେନ୍ଦ୍ର ଖୋଲା ରହିବ।
- ସବୁ ସରକାରୀ ଓ ଘରୋଇ ଡାକ୍ତରଖାନା ଖୋଲା ରହିବ। କ୍ଲିନିକ୍, ନର୍ସିଂହୋମ୍ ଓ ଔଷଧ ଦୋକାନ ଖୋଲା ରହିବ।
- ଆମ୍ବୁଲାନ୍ସ, ଡାକ୍ତର, ପାରା ମେଡିକାଲ ଓ ସ୍ୱାସ୍ଥ୍ୟକର୍ମୀ କଟକଣା ମୁକ୍ତ।
ଆହୁରି ମଧ୍ୟ ପଢ଼ନ୍ତୁ: ‘ବିନା କାରଣରେ କଟକ-ଭୁବନେଶ୍ୱର ଭିତରକୁ ପ୍ରବେଶ କରିପାରିବନି ଗାଡ଼ି’