କରୋନା ଦାଉ ଖରାର ତାଉ: ୧୪ ସହରରେ ତାପମାତ୍ରା ୪୦ ଡିଗ୍ରୀ ପାର୍

ଭୁବନେଶ୍ୱର: ଦେଶରେ କରୋନା ଦାଉ ଏପଟେ ଖରାର ତାଉ। ହନ୍ତସନ୍ତ ଜୀବଜଗତ। ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଆଜି ୧୪ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଟପିଛି।

୪୩.୭ ଡିଗ୍ରୀ ତାପମାତ୍ର ସହିତ ଅନୁଗୁଳ ପାଲଟିଛି ରାଜ୍ୟର ସବୁଠୁ ଉତ୍ତପ୍ତ ସହର। ସେହିପରି ଟିଟିଲାଗଡ଼ରେ ୪୩, ବୌଦ୍ଧରେ ୪୨.୮ ଓ ସମ୍ବଲପୁରରେ ୪୨.୬ ଡିଗ୍ରୀ ସେଲ୍‌ସିୟସ ତାପମାତ୍ରା ରେକର୍ଡ କରାଯାଇଛି।

ହୀରାକୁଦ, ବଲାଙ୍ଗିର ଓ ତାଳଚେରରେ ୪୨.୫ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ସୋନପୁରରେ ୪୨.୪, ଝାରସୁଗୁଡ଼ାରେ ୪୨.୨, ଭବାନୀପାଟଣାରେ ୪୨ ଓ ମାଲକାନଗିରିରେ ୪୧ ଡିଗ୍ରୀ ଛୁଇଁଛି ପାରଦ।

ଫୁଲବାଣୀରେ ୪୦.୪, ପାରଳାଖେମୁଣ୍ଡି ଓ ସୁନ୍ଦରଗଡ଼ରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ତେବେ ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୬.୩ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି।

 

You might also like