ରାଜଧାନୀରେ ବଢ଼ୁଛି ସଂକ୍ରମଣ, ୨୪ ଘଣ୍ଟାରେ ୧୩୫୩ ଜଣ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ପୁଣି ରାଜଧାନୀରୁ ୧୩୫୩ ଜଣ କରୋନା ସଂକ୍ରମିତ ଚିହ୍ନଟ । ୧୩୫୩ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୧୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୧୩୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କେବଳ ପଟିଆ ଅଞ୍ଚଳରୁ ସର୍ବାଧିକ ୧୦୨ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ନୟାପଲ୍ଲୀରୁ ୭୮ ଜଣ, ଓଲ୍ଡ ଟାଉନରୁ ୫୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିଭଳି ଖଣ୍ଡଗିରି, ଡୁମଡୁମା, ଲକ୍ଷ୍ମୀସାଗର ଅଞ୍ଚଳରୁ ୪୫ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିଭଳି ଭୁବନେଶ୍ୱରରୁ ଆଜି ୯୩୮ ଜଣ କରୋନାରୁ ସୁସ୍ଥ ହୋଇଥିବା ଜଣାପଡ଼ିଛି । ଏବେ ଭୁବନେଶ୍ୱରରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୧ ହଜାର ୬୩୪ ରହିଥିବା ବେଳେ ସୁସ୍ଥ ହେଲେଣି ୪୯ ହଜାର ୨୨୪ ଜଣ ।

ଅନ୍ୟପଟେ ରାଜ୍ୟରେ ବି ଥମିବାରେ ନା ନେଉ ନାହିଁ ସଂକ୍ରମଣ । ପୁଣି ଥରେ ଉପରମୁହାଁ ରହିଛି କରୋନା ଗ୍ରାଫ୍‌ । ଗତ ୨୪ ଘଂଟାରେ ରାଜ୍ୟରେ ୧୧ ହଜାର ୭୩୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ  ୬ ହଜାର ୫୬୯ ଜଣ ସଂକ୍ରମିତ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୫,୧୬୩ ଜଣ ସ୍ଥାନୀୟ ଅଂଚଳରୁ  ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୧୨ ହଜାର ୨୨୪୪୯୨କୁ ବୃଦ୍ଧି ପାଇଛି । ଏହାସହ ରାଜ୍ୟରେ ବର୍ତ୍ତମାନ ଆକ୍ଟିଭ୍‌ କେସ୍‌ ୧,୦୭,୪୦୩ ରହିଥିବା ବେଳେ ୫,୦୨,୪୫୫  ଜଣ ସଂକ୍ରମିତ କରୋନାରୁ ସୁସ୍ଥ ହୋଇଛନ୍ତି । ତେବେ ଆଜି ବି  ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧତ୍କ ୧୭୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଂଟା ମଧ୍ୟରେ ରାଜ୍ୟରୁ ୧୯ ଜଣଙ୍କ ମୁଣ୍ଡ ନେଇଛି ମହାମାରୀ।

ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ- ୮୭୦, ଅନୁଗୁଳ- ୭୦୦, ସୁନ୍ଦରଗଡ଼- ୬୪୧ ସମ୍ବଲପୁର- ୫୩୮, ବାଲେଶ୍ୱର- ୪୭୨, ମୟୂରଭଞ୍ଜ- ୪୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ନବରଙ୍ଗପୁର- ୪୧୭, ଭଦ୍ରକ- ୪୧୪, ବଲାଙ୍ଗିର- ୪୦୧, ଝାରସୁଗୁଡ଼ା- ୩୯୧, ପୁରୀ- ୩୯୦, ଯାଜପୁର- ୩୮୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଜଗତସିଂହପୁର- ୩୩୦, କୋରାପୁଟ- ୨୮୯, ବୌଦ୍ଧରୁ- ୨୭୭ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଠିକ୍‌ ସେହିପରି ଭାବରେ କଳାହାଣ୍ଡି- ୨୭୪, ନବରଙ୍ଗପୁର- ୨୬୧, ଗଞ୍ଜାମ- ୨୫୯, ସୁବର୍ଣ୍ଣପୁର- ୨୫୫, ରାୟଗଡ଼ା- ୨୪୫ ଏବଂ ନୂଆପଡ଼ା ଓ କେନ୍ଦୁଝରରୁ ୨୨୦ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ଢେଙ୍କାନାଳରୁ ୧୫୩ ଚିହ୍ନଟ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମାଲକାନଗିରି- ୧୪୫, କେନ୍ଦ୍ରାପଡ଼ା- ୧୩୯, ଦେବଗଡ଼- ୧୨୯,  କନ୍ଧମାଳରୁ ୮୪ ଏବଂ ଗଜପତି ଜିଲ୍ଲାରୁ ୭୭ ଆକ୍ରାନ୍ତ ଚିହ୍ନଟ ହେବା ସହ ଆଜି ଷ୍ଟେଟ୍ ପୁଲ୍‌ର ସଂଖ୍ୟା ୨୬୭ ରହିଛି ।

You might also like