କ୍ୱାରେଣ୍ଟାଇନ୍‌ରେ ଡାକ୍ତରଖାନାର ୧୦୮ ଷ୍ଟାଫ

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା କରିବା ବେଳେ ଏବେ ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲର ମୋଟ୍ ୧୦୮ ଜଣ ଷ୍ଟାଫ କ୍ୱାରେଣ୍ଟାଇନ୍‌ର ସମ୍ମୁଖୀନ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଡାକ୍ତର ଏବଂ ନର୍ସ ଅଛନ୍ତି।

ଏହି ୧୦୮ ଜଣ ଷ୍ଟାଫ ଦୁଇ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ଏହି ଦୁଇ କରୋନା ଆକ୍ରାନ୍ତଙ୍କ ଦ୍ଵିତୀୟ ଟେଷ୍ଟ ରିପୋର୍ଟ ମଧ୍ୟ କରୋନା ପଜିଟିଭ ଆସିଥିଲା।

ଡାକ୍ତରଖାନାର ଏହି ୧୦୮ ଜଣଙ୍କ ମଧ୍ୟରୁ ୮୫ ଜଣ ହୋମ କ୍ୱାରେଣ୍ଟାଇନ୍‌ରେ ରହିଥିବାବେଳେ ଅନ୍ୟ ୨୩ ଜଣଙ୍କୁ ଡାକ୍ତରଖାନାରେ ରଖାଯାଇଛି। 

ସୂଚନାଯୋଗ୍ୟ, କରୋନାରେ ଆକ୍ରାନ୍ତ ହୋଇଥିବା ୨ ଜଣ ରୋଗୀ ହସ୍ପିଟାଲକୁ ଆସି ଅନ୍ୟ ରୋଗର ଚିକିତ୍ସା କରାଇଥିଲେ। କିନ୍ତୁ ଡାକ୍ତର କରୋନା ଲକ୍ଷଣ ଥିବା ନେଇ ସନ୍ଦେହ ପ୍ରକାଶ କରି ସେମାନଙ୍କର ପରୀକ୍ଷା କରାଇଥିଲେ। ରେଜଲ୍ଚ ପିଜିଟିଭ ଆସିବା ପରେ ଜଣାପଡ଼ିଥିଲା ଯେ, ସେମାନେ କରୋନାରେ ଆକ୍ରାନ୍ତ।

You might also like