ଭଲ ଖବର: କରୋନା କବଳରୁ ଜିତିଲେ ୧୦୬ ବର୍ଷୀୟ ବୃଦ୍ଧା

ଲଣ୍ଡନ: ସାରା ବିଶ୍ୱରେ ମହାମାରୀ କରୋନା ଭାଇରସରେ ୧ ଲକ୍ଷ ୩୪ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଲେଣି। ଏଯାଏ ୨୦ ଲକ୍ଷ  ୮୩ ହଜାରରୁ ଅଧିକ ଲୋକ ଏହାଦ୍ୱାରା ସଂକ୍ରମିତ ହୋଇଛନ୍ତି। ଏହାକୁ ନେଇ ସମଗ୍ର ବିଶ୍ୱ ଚିନ୍ତିତ ଥିବାବେଳେ ବ୍ରିଟେନରୁ ଏକ ଭଲ ଖବର ଆସିଛି। ବ୍ରିଟେନର ଜଣେ ୧୦୬ ବର୍ଷୀୟ ବୃଦ୍ଧା ମହାମାରୀ କରୋନା କବଳରୁ ଜିତିଛନ୍ତି। ସୁସ୍ଥ ହେବାପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ  କରାଯାଇଛି।

ସୂଚନା ଅନୁସାରେ, ନିମୋନିଆ ସନ୍ଦେହରେ ସମ୍ପୃକ୍ତ ବୃଦ୍ଧାଙ୍କୁ ମାର୍ଚ୍ଚ ମାସରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ପରେ ଜଣାପଡିଥିଲା ଯେ, ସେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତେବେ ଚିକିତ୍ସା ପରେ ସୁସ୍ଥ ହେବାପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି।

କରୋନା କବଳରୁ ଜିତିବା ପରେ ବୃଦ୍ଧା ଜଣକ କହିଛନ୍ତି, ମୁଁ ନିଜକୁ ବହୁତ ଭାଗ୍ୟବାନ ମନେ କରୁଛି ଯେ, ମୁଁ ଏହି ମହାମାରୀ କରୋନା ଭାଇରସ ସହ ଲଢ଼େଇ କରି ଶେଷରେ ଜିତିଛି

ବୃଦ୍ଧା ଜଣକ ୧୯୧୩ ମସିହାରେ ଜନ୍ମଗ୍ରହଣ କରିଥିଲେ

ବ୍ରିଟେନରେ କରୋନା ସ୍ଥିତି ଜଟିଳ ରହିଛି। ଗତକାଲି ୭୬୧ ଜଣଙ୍କ ମୃତ୍ଯୁ ସହ ବର୍ତ୍ତମାନ ସୁଦ୍ଧା ୧୨ ହଜାର ୮ଶହରୁ ଅଧିକ ଲୋକଙ୍କ ମୃତ୍ଯୁ ହେଲାଣି।

You might also like