ଗୁପ୍ତଧନ ପାଇବା ଆଶାରେ କରୁଥିଲେ ପୂଜାର୍ଚ୍ଚନା, ନିର୍ଧୂମ ଛେଚିଲେ ଗାଁ ଲୋକେ

ବୌଦ୍ଧ: ମହଙ୍ଗା ପଡ଼ିଲା ଗୁପ୍ତଧନ ପାଇବା ଆଶାରେ ପୂଜାର୍ଚ୍ଚନା କରିବା। ଗ୍ରାମବାସୀଙ୍କ ହାତରେ ଧରା ପଡ଼ି ନିର୍ଧୂମ ଛେଚା ଖାଇଲେ କର୍ତ୍ତା ଓ ପୂଜାର୍ଚ୍ଚନା ପାଇଁ ଆସିଥିବା ଲୋକେ। ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ କରଞ୍ଜକଟା ଗାଁରେ ଏହି ଘଟଣା ଘଟିଛି।

ମିଳିଥିବା ସୂଚନା ଅନୁସାରେ, କରଞ୍ଜକଟା ଗାଁର ଜଣେ ବ୍ୟକ୍ତି ଗୁପ୍ତଧନ ପାଇବା ଲୋଭରେ ଜଣେ ମହିଳା, ପୂଜକଙ୍କୁ ମିଶାଇ ୮ ଜଣ ବ୍ୟକ୍ତିଙ୍କୁ ପୂଜାର୍ଚ୍ଚନା ପାଇଁ ଡାକିଥିଲେ। ଗତକାଲି ବିଳମ୍ବିତ ରାତିରେ ଗାଁ ମୁଣ୍ଡର ଏକ ଶୂନ୍‌ଶାନ୍‌ ସ୍ଥାନରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା।

ଗାଁ ଲୋକେ ଏହା ଜାଣିପାରି ଘଟଣାସ୍ଥଳରେ ପହଞ୍ଚିବା ପରେ ପୂଜାର୍ଚ୍ଚନାରେ ନିୟୋଜିତ ବ୍ୟକ୍ତିମାନେ ଗାଁ ଲୋକଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରାଇଥିଲେ। ଏହାପରେ ଗାଁ ଲୋକେ ସେମାନଙ୍କୁ କାବୁ କରି ନିର୍ଧୂମ ଛେଚିଥିଲେ। ଖବର ପାଇ ପୁରୁଣାକଟକ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ପୂଜା ପାଇଁ ଡକାଇଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ ସମେତ ୧୦ ଜଣଙ୍କୁ ଗିରଫ କରିଥିଲା।

ସୂଚନାଥାଉ କି, ପୂଜାର୍ଚ୍ଚନା ଚାଲିଥିବା ସ୍ଥାନରୁ କୋଦାଳ, ଶାବଳ ଓ ବିଭିନ୍ନ ପୂଜା ସାମଗ୍ରୀ ମିଳିଛି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ

ହକି ଦଳର ଅଧିନାୟକ ମନପ୍ରୀତ ଓ ଅନ୍ୟ ୩ ଖେଳାଳିଙ୍କୁ କରୋନା

ଆଜି ସୁସ୍ଥ ହେଲେ ୧୮୧୦ କରୋନା ଆକ୍ରାନ୍ତ

କରୋନା ଲଢ଼େଇରେ ଶିକ୍ଷକଙ୍କ ଅବଦାନକୁ ଭୁଲିଗଲେ କି ସରକାର ?

ଲୋକାୟୁକ୍ତଙ୍କ ନିକଟରେ ହାଜର ହେଲେନି ହେମନ୍ତ ଶର୍ମା

ଭୁବନେଶ୍ୱର ସହରରୁ ଆଉ ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ

କରୋନା ମୃତ୍ୟୁର ଅଡିଟ୍ ପାଇଁ ଦାବି କଲେ କଂଗ୍ରେସ ସାଂସଦ

ପଛରେ ପଡ଼ିଲା ଗଞ୍ଜାମ; ଆଜି ଏହି ଜିଲ୍ଲାରେ ଅଧିକ ଆକ୍ରାନ୍ତ ଚିହ୍ନଟ

ନୂଆଁଖାଇ ପାଇଁ ସଟ୍‌ଡାଉନ୍ ଘୁଞ୍ଚାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଜୟନାରାୟଣଙ୍କ ଚିଠି

ଅଗଷ୍ଟ ଶେଷରେ ବସିପାରେ ବିଧାନସଭା ମୌସୁମୀ ଅଧିବେଶନ

ବଙ୍ଗୋପସାଗରରେ ଲଘୁଚାପ, ଓଡ଼ିଶାର ଏହିସବୁ ଜିଲ୍ଲାକୁ ସତର୍କ ସୂଚନା

କରୋନାରୁ କେବେ ମିଳିବ ମୁକ୍ତି ? ଆସିଲା ଖୁସି ଖବର

‘କରୋନା ତଥ୍ୟ ଲୁଚାଉଛନ୍ତି ରାଜ୍ୟ ସରକାର’

You might also like