ଗୋଟେ ଘଣ୍ଟାରେ ୩୩ପ୍ରକାର ଖାଦ୍ୟ କରି ରେକର୍ଡ କଲେ ୧୦ବର୍ଷର ଝିଅ

ନୂଆଦିଲ୍ଲୀ: ସୁସ୍ୱାଦୁ ଖାଦ୍ୟ ଖାଇବାକୁ ସମସ୍ତଙ୍କୁ ଭଲ ଲାଗେ କିନ୍ତୁ ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରିବା ସାଧାରଣ କଥା ନୁହେଁ। ପାଟି ସୁଆଦିଆ ଖାଦ୍ୟ ରୋଷେଇ କରିବାରେ ପରିଶ୍ରମ ଲାଗେ। କୁହାଯାଏ ଅଭିଜ୍ଞତା ଖାଦ୍ୟ ପ୍ରସ୍ତୁତିକୁ ସହଜ କରିଦିଏ। ସେଥିପାଇଁ ତ ମାଆ ଆଇ ମା ଆଦି ବୟସ୍କ ମହିଳାଙ୍କ ହାତ ରନ୍ଧା ଆମକୁ ଟିକେ ଅଧିକ ଭଲ ଲାଗେ। କିନ୍ତୁ ନିକଟରେ ଜଣେ ୧୦ବର୍ଷୀୟା ଝିଅ ରୋଷେଇକୁ ନେଇ ରେକ ସୋଶାଲ୍‌ ମିଡିଆରେ ବେଶ୍‌ ଚର୍ଚ୍ଚା ହେଉଛି। କାରଣ ଝିଅଟି ଘଣ୍ଟାରେ ୩୩ ପ୍ରକାର ଖାଦ୍ୟ ରୋଷେଇ କରିବାରେ ସଫଳ ହେଉଛନ୍ତି।

କେରଳ ଏର୍ଣ୍ଣାକୁଲମ୍‌ର ଝିଅ ସାନଭି। ପିଲାଦିନୁ ସେ ଯେତେବେଳେ ବି ଖେଳିବାକୁ ଯାଆନ୍ତୁ ମିଛି ମିଛି କା ରୋଷେଇ କରି ଖେଳନ୍ତି। ସେଇଠୁ ଖେଳିବା ସମୟରୁ ସାମଭିଙ୍କୁ ଖାଦ୍ୟ ପ୍ରସ୍ତୁତି ଉପରେ ଦୁର୍ବଳତା ଆସିଗଲା। ଥରେ ସେ ତାଙ୍କ ମାଆଙ୍କ ସହ ରୋଷେଇ କରିବାକୁ କହିଲେ। ମଆ ମଧ୍ୟ ତାଙ୍କୁ ଏଥିରେ ଅନୁମତି ଦେଇଦେଲେ। ସେଦିନ ସେ ମାଆଙ୍କ ସହ ସଠିକ୍‌ ଭାବେ ରୋଷେଇ କରିଥିଲେ। ଥରେ ସ୍କୁଲ୍‌ରେ ସେ କ୍ଷୀରି କରି ରୋଷେଇ ପ୍ରତିଯୋଗିତା ଜିତିବା ପରେ ତାଙ୍କ ବାପା ମାଆ ସାନଭିଙ୍କ ରୋଷେଇ ଦକ୍ଷତା ପ୍ରତି ଟିକେ ଅଧିକ ଦୃଷ୍ଟି ଦେଇଥିଲେ।

ସାନଭିଙ୍କ ମାଆ ମଧ୍ୟ ଭଲ ରୋଷେଇ କରନ୍ତି। ବିଭିନ୍ନ ରୋଷେଇ ଶୋରେ ଭାଗ ନେବା ସମୟରେ ସେ ସାନଭିଙ୍କୁ ସାଙ୍ଗରେ ନେଇ ଯାଉଥିଲେ। ସେ ସମୟରେ ସାନଭିଙ୍କ ବୟସ ୬ବର୍ଷ ଥିଲା।

ମାଆଙ୍କ ସହ କୁକିଂ ଶୋକୁ ଯିବା ସମୟରେ ମଧ୍ୟ ସାନଭି କେମିତି ଖାଦ୍ୟ ପ୍ରସ୍ତୁତ ହେଉଛି ତା ଉପର ଧ୍ୟାନ ଦେଉଥିଲେ। ଲକ୍‌ଡାଉନ୍‌ ସମୟରେ ମଧ୍ୟ ସାନଭି ତାଙ୍କର ଅଧିକାଂଶ ସମୟ ରୋଷେଇରେ ଦେଇଛନ୍ତି।

ସାନଭିଙ୍କ ମାଆ କହନ୍ତି, ‘ମୁଁ ଭାବୁଛି ରୋଷେଇ କରିବା ତା ଜିନ୍‌ରେ ଅଛି। ଆମ ପରିବାରରେ ସମସ୍ତଙ୍କୁ ଖାଇବାକୁ ଭଲଲାଗେ। ଯେହେତୁ ତାଙ୍କ ପିତା ୱିଙ୍ଗ କମାଣ୍ଡର ପ୍ରଜିତ ବାବୁ ବାୟୁସେନାରେ ଅଛନ୍ତି, ସେଠାରେ ସେ ସର୍ବଦା ସୁସ୍ୱାଦୁ ଖାଦ୍ୟ ଖାଇ ଆସିଛନ୍ତି। ତେଣୁ ଖାଦ୍ୟ ପାଇଁ ସାମଭିଙ୍କର ଦୁର୍ବଳତା ରହିବା ଏକ ସାଧାରଣ କଥା।’

ଅଗଷ୍ଟ ୧୧ତାରିଖ ଦିନ ବିଶାଖା ପାଟନାଆରେ ଏକ ରୋଷେଇ ପ୍ରୋଗ୍ରମରେ ସାନଭି ଗୋଟେ ଘଣ୍ଟାରେ ଇଡ୍‌ଲି, ମସରୁମ୍‌  ଇକ୍କି, ପନୀର୍‌ ଟିକ୍କି, ଏଗ୍‌ ବୁଲ୍‌ ଆଇ, ସାଣ୍ଡୱିଚ୍‌, ପାମ୍ପଡି ଚାଟ୍, ପ୍ରାଏଡ୍‌ ରାଇସ୍‌, , ଚିକେନ୍‌ ରୋଷ୍ଟ, ପ୍ୟାନ୍‌ କେକ୍‌, ଆପମ୍‌ ଆଦି ଖାଦ୍ୟ କରି ସେ ଏସିଆନ୍‌ ବୁକ୍‌ ରେକର୍ଡ ସୃଷ୍ଟି କରିଛନ୍ତି। ସାନଭି ରୋଷେଇ କରୁଥିବା ସମୟରେ ଏସିଆନ୍‌ ବୁକ୍‌ ରେକର୍ଡର ବିଚାରପତି ତାଙ୍କୁ ଅନ୍‌ଲାଇନ୍‌ରେ ଦେଖୁଥିଲେ।

 

You might also like