୩ ଚୋରା ଗଞ୍ଜେଇ ଚାଲାଣକାରୀ ଧରାପଡ଼ିଲେ

ନୟାଗଡ଼: ନୟାଗଡ଼ ପୋଲିସ୍ କବ୍‌ଜାରେ ଗଞ୍ଜେଇ ଚୋରା ଚାଲାଣକାରୀ । ୧୫ କିଲୋ ଗଞ୍ଜେଇ ସହ ୩ ଜଣ ଅଭିଯୁକ୍ତଙ୍କୁ ଆଜି ଗିରଫ କରିଛି ପୋଲିସ୍ ।

ନୟାଗଡ଼ ଘଡ଼ୁଆଳ ଛକ ନିକଟରେ କିଛି ଯୁବକ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିଲେ। ସନ୍ଦେହ ହେବାରୁ ପୋଲିସ୍ ଏମାନଙ୍କୁ ଧରି ପଚରାଉଚୁରା କରିଥିଲା। ଗଞ୍ଜେଇ ଚୋରା ଚାଲାଣ କରୁଥିବା ପୁଲିସ ଜାଣିବାକୁ ପାଇ ସେମାନଙ୍କୁ  ଗିରଫ କରିଛି ।

ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ସେମାନଙ୍କୁ ଗିରଫ କରି ସମସ୍ତଙ୍କ ନାଁରେ ମାମଲା ରୁଜୁ କରାଯାଇଛି ।

You might also like