ଅଘୋଷିତ ବିଦ୍ୟୁତ କାଟ୍ ଓ ଦୁର୍ବଳ ମୋବାଇଲ ନେଟଓ୍ୱର୍କ ସେବାକୁ ବିରୋଧ

ନୂଆପଡ଼ା  : ନୂଆପଡ଼ା ଜିଲ୍ଲାରେ ଅଘୋଷିତ ବିଦ୍ୟୁତ କାଟ୍ ଓ ଦୁର୍ବଳ ମୋବାଇଲ ନେଟଓ୍ୱର୍କ ସେବାକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଲେ ଲୋକେ। ସିନାପାଲିର ବିଭିନ୍ନ ଯୁବକ ସଂଘ ପକ୍ଷରୁ ଆଜି ଅନିର୍ଦ୍ଧିଷ୍ଟ କାଳ ପାଇଁ ସିନାପାଲି ବନ୍ଦ ପାଳନ କରାଯାଉଛି।

ଫଳରେ ସହରରେ ସମସ୍ତ ଦୋକାନ ବଜାର, ସରକାରୀ ଓ ଘରୋଇ ପ୍ରତିଷ୍ଠାନ ବନ୍ଦ ରହିଛି। ସେହିଭଳି ସ୍ଥାନୀୟ ଲୋକେ ସିନାପାଲି ଛକରେ ରାସ୍ତା ଅବରୋଧ କରିଥିବାରୁ ସହରକୁ ସମସ୍ତ ଅଞ୍ଚଳରୁ ଗାଡ଼ି ଚଳାଚଳ ବନ୍ଦ ରହିଛି। ସିନାପାଲିକୁ ଖଡିଆଳ, ବୋଡେନ, ଧର୍ମଗଡ଼ ଓ ଛତିଶଗଡ଼ ସହ ଯୋଗାଯୋଗ ଠପ୍ ହୋଇ ଯାଇଛି।

ନୂଆପଡ଼ା ଜିଲ୍ଲାରେ ଗତ କିଛି ମାସ ଧରି ଅଘୋଷିତ ବିଦ୍ୟୁତ କାଟ ଓ ଘରୋଇ ମୋବାଇଲ କମ୍ପାନୀର ନେଟଓ୍ୱର୍କ ଆସୁନଥିବାରୁ ସାଧାରଣ ଲୋକେ ହଇରାଣ ହେଉଥିବା ଅଭିଯୋଗ ହୋଇ ଆସୁଛି।

You might also like