ମହିଳାଙ୍କ ଆପତ୍ତିଜନକ ଫଟୋ ପୋଷ୍ଟ କରି ଯୁବକ ଗିରଫ

ପୁରୀ : ପ୍ରେମରେ ବିଚ୍ଛେଦ ଆସିବା ପରେ, ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରି ଯୁବକ ଗିରଫ। ପୁରୀର ତାଳବଣିଆ ଜଗନ୍ନାଥ କଲୋନୀରୁ ଜଣେ ଯୁବକଙ୍କୁ ଗିରଫ କରିଛି ପଶ୍ଚିମବଙ୍ଗ ପୋଲିସ। ସମ୍ପୃକ୍ତ ଯୁବକଙ୍କ ଠାରୁ ଦୁଇଟି ମୋବାଇଲ ଓ  ଗୋଟିଏ ଲାପଟପ୍‌ ଜବତ କରାଯାଇଛି।

ଗିରଫ ଯୁବକ ଜଣକ ରାଉରକେଲାର ମନୋଜ ନନ୍ଦ ବୋଲି ଜଣାପଡିଛି। ସେ ପୁରୀରେ ଏକ ଘରୋଇ କମ୍ପାନୀରେ ସୁପରଭାଇଜର ଭାବେ କାର୍ଯ୍ୟ କରୁଛନ୍ତି। ସମ୍ପୃକ୍ତ ଯୁବକଙ୍କ ବିରୋଧରେ ପଶ୍ଚିମବଙ୍ଗର ଭୂଦାନନଗର ଥାନାରେ ସେଠାକାର ଜଣେ ଯୁବତୀ ଅଭିଯୋଗ ଆଣିଥିଲେ। ଅଭିଯୋଗକୁ ଭିତ୍ତିକରି ମନୋଜ ନନ୍ଦଙ୍କୁ ଗିରଫ କରିଛି ପୋଲିସ।

You might also like