ହାଜତରେ ପୋଡ଼ି ହୋଇ ଅଭିଯୁକ୍ତଙ୍କ ମୃତ୍ୟୁ: ପରିବାରର ଲଙ୍କାକାଣ୍ଡ
ନୟାଗଡ଼: ଦଶପଲ୍ଲାର ମଧ୍ୟଖଣ୍ଡ ଫାଣ୍ଡିରେ ହାଜତ ମୃତ୍ୟୁ ଅଭିଯୋଗ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଖବର ଅନୁଯାୟୀ କୌଣସି ଏକ ମାମଲାରେ ଗତ ୧୩ ତାରିଖରେ ଦଶପଲ୍ଲାର ସିମିଳିସାହିର କାଳିଆ କାଠୁଆ ନାମକ ଜଣେ ବ୍ୟକ୍ତିଙ୍କୁ ମଧ୍ୟଖଣ୍ଡ ଫାଣ୍ଡି ପୋଲିସ ତାଙ୍କ ଘରୁ ଉଠାଇ ଆଣିଥିଲା।
ଗତ ୧୭ ତାରିଖରେ ଅଭିଯୁକ୍ତ କାଳିଆ ଫାଣ୍ଡିରେ କିରୋସିନ ଢାଳି ନିଆଁରେ ପୋଡ଼ିହୋଇ ଯାଇଥିବା ଦେଖିବାକୁ ମିଳିଥିଲା।କାଳିଆଙ୍କୁ ଗୁରୁତର ଅବସ୍ଥାରେ କଟକ ଏସ୍ସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ତାଙ୍କ ପରିବାର ଲୋକେ। ପୋଲିସ କାଳିଆଙ୍କୁ ପୋଡ଼ି ମାରି ଦେଇଥିବା ସେମାନେ ଅଭିଯୋଗ କରିଛନ୍ତି। ପରିବାରର ଏଭଳି ଅଭିଯୋଗକୁ କିନ୍ତୁ ପୋଲିସ ଖଣ୍ଡନ କରିଛି।