ଘରକୁ ଭୋଜି ଖାଇବାକୁ ଡାକି ଯୁବକଙ୍କୁ ନିର୍ମମ ହତ୍ୟା

କେନ୍ଦ୍ରାପଡ଼ା: ଘରକୁ ଭୋଜି ଖାଇବାକୁ ଡାକି ଯୁବକଙ୍କୁ ନିର୍ମମ ହତ୍ୟା। କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ ଧୁମାତ ଅଞ୍ଚଳରେ ଏହି ଅମାନବୀୟ ଘଟଣା ଘଟିଛି।

ସୂଚନା ଅନୁସାରେ, ଧୁମାତ ମଠସାହି ଗାଁର ସନ୍ତୋଷ ମଲ୍ଲିକ (୨୦)ଙ୍କୁ ସେହି ଗାଁର ସୁନାକର, ତାଙ୍କ ଝିଅ ଜନ୍ମଦିନରେ ଭୋଜି ଖାଇବାକୁ ଘରକୁ ଡାକିଥିଲେ। ପରେ ତାଙ୍କ ପରିବାର ମଧ୍ୟରେ କୌଣସି କାରଣରୁ ଗଣ୍ଡଗୋଳ ହୋଇଥିଲା। ଯାହାର ସୁଯୋଗ ନେଇ ସନ୍ତୋଷ ଖାଇ ସାରିବା ପରେ ଏକ ଠେଙ୍ଗାରେ ସୁନାକର ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ସନ୍ତୋଷଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ଓ ପରେ କଟକ ବଡ଼ ମେଡିକାଲ୍‌କୁ  ନିଆଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏହି ଘଟଣାକୁ ନେଇ ସନ୍ତୋଷଙ୍କ ମାଆ ନିକିରାଇ ଥାନାରେ ଏତଲା ଦେଇଛନ୍ତି। ଅନ୍ୟପକ୍ଷରେ, ଅଭିଯୁକ୍ତ ଫେରାର ଅଛି।

ପୁଲିସ୍‌ ଘଟଣାର ତଦନ୍ତ ଚଳାଇଛି।

You might also like