ରାଜଧାନୀରେ ବିବାହିତ ଯୁବକଙ୍କୁ ହତ୍ୟା !

ମାଉସୀମା ମନ୍ଦିର ନିକଟ ରେଳଧାରଣାରୁ ମୃତଦେହ ଉଦ୍ଧାର

ଭୁବନେଶ୍ୱର :  ରାଜଧାନୀରେ ଜଣେ ବିବାହିତ ଯୁବକଙ୍କୁ ହତ୍ୟା ଅଭିଯୋଗ। ମାଉସୀମା ମନ୍ଦିର ନିକଟ ରେଳ ଧାରଣାରୁ ସଂପୃକ୍ତ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଜଗା ଦାସ। ୟୁନିଟ୍-୨ ପୋଟଳ ବସ୍ତିରେ ସେ ରହୁଥିଲେ।

ପରିବାର ଲୋକଙ୍କ ଅଭିଯୋଗ, ଶନିବାର ସନ୍ଧ୍ୟାରେ ଜିମ୍‌କୁ ଯାଇ ଅାଉ ଘରକୁ ସେ ଫେରିନଥିଲେ। ତେବେ ସେହି ଦିନ ସନ୍ଧ୍ୟାରେ କିଛି ଯୁବକ ତାଙ୍କୁ ଗୌତମନଗର ଅଞ୍ଚଳରେ ଅଟକାଇ ମାଡ଼ ମାରୁଥିବା ନେଇ ସେ ତାଙ୍କ ଭାଉଜଙ୍କୁ ଫୋନରେ ଜଣାଇଥିଲେ।

ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ଜଗାକୁ ଖୋଜିଥିଲେ ବି ପାଇନଥିଲା। ତା ପରଠୁ ସେ ନିଖୋଜ ଥିଲେ। ରବିବାର ଦିନ ପ୍ରାୟ ୧୨ଟାରେ ରେଳଧାରଣା ନିକଟରେ ତାଙ୍କ ମୃତଦେହ ପଡ଼ିଥିବାଦେଖିବାକୁ ମିଳିଥିଲା। ଜିଅାରପି ଓ କମିଶନରେଟ ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପରିବାର ଲୋକେ ହତ୍ୟା ଅଭିଯୋଗ ଅାଣିଥିବା ବେଳେ ପୁଲିସର ଏନେଇ କୌଣସି ପ୍ରତିକ୍ରିୟା ମିଳିପାରିନି।

You might also like