ଭୁବନେଶ୍ୱର ବିମାନ ବନ୍ଦରରେ ସନ୍ଦିଗ୍ଧ ଯୁବକ

ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦରରେ ଜଣେ ସନ୍ଦିଗ୍ଧ ଯୁବକଙ୍କୁ ପୋଲିସ ଠାବ କରିଛି। ଯୁବକଙ୍କୁ ଏୟାରପୋର୍ଟର ରନ୍‌ୱେ ନିକଟରୁ ଆଜି ଠାବ କରାଯାଇଛି।

ସନ୍ଦିଗ୍ଧ ଯୁବକ ଜଣଙ୍କ ଏୟାରପୋର୍ଟର ଖଣ୍ଡଗିରି ପଟ ପାଚେରୀ ଡେଇଁ ପଶିଯାଇଥିବା ସୂଚନା ମିଳିଛି। CISF ଯବାନ ଯୁବକଙ୍କୁ ଧରି ଏୟାରଫିଲ୍ଡ ଥାନାକୁ ହସ୍ତାନ୍ତର କରିଛନ୍ତି।

ଉକ୍ତ ଯୁବକଙ୍କ ଘର ଖଣ୍ଡଗିରି ଥାନାର ଡୁମୁଡୁମା ଅଞ୍ଚଳରେ ବୋଲି ଜଣାପଡ଼ିଛି। ତେବେ ଧରାପଡିଥିବା ସନ୍ଦିଗ୍ଧ ଯୁବକଙ୍କ ମାନସିକ ବିକୃତି ଥିବା ସନ୍ଦେହ କରାଯାଉଛି।

ଅନ୍ୟପକ୍ଷରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। କେଉଁ ପରିସ୍ଥିତିରେ କିଭଳି ଭାବରେ ଯୁବକ ଜଣକ ଏୟାରପୋର୍ଟ ଭିତରକୁ ପ୍ରବେଶ କଲେ ସେନେଇ ଅନେକ ପ୍ରଶ୍ନ ଉଠିଛି।

You might also like