ବାଜପେୟୀଙ୍କ ଅସ୍ଥିକଳସ ଶୋଭଯାତ୍ରା ଘଟଣା

ଅଣ୍ଡାମାଡ଼ ଘଟଣାରେ ଜଣେ ଗିରଫ

ପୁରୀ : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳଙ୍କ ବିହାରୀ ବାଜପେୟୀଙ୍କ ଅସ୍ଥିକଳସ ଶୋଭଯାତ୍ରା ବେଳେ ଅଣ୍ଡାମାଡ଼ ଘଟଣାରେ ଜଣେ ଗିରଫ। ପୁରୀ ଚନ୍ଦନପୁରର ଦୀପକ ମହାପାତ୍ର ନାମକ ଯୁବକକୁ ଗିରଫ କରିଛି ସ୍ଥାନୀୟ ପୁଲିସ୍। କୋର୍ଟ ଚାଲାଣ ପରେ ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ୍‌କୁ ପଠାଇ ଦିଅାଯାଇଛି।

ଗତ ୨୩ ତାରିଖରେ ବାଜପେୟୀଙ୍କ ଅସ୍ଥି କଳସ ମହୋଦଧିରେ ବିସର୍ଜନ ପାଇଁ ଶୋଭାଯାତ୍ରାରେ ପୁରୀ ନିଅାଯିବା ବାଟରେ ଚନ୍ଦନପୁର ନିକଟରେ ଶୋଭାଯାତ୍ରା ଉପରକୁ ବିଜୁ ଯୁବ ବାହିନୀର କର୍ମକର୍ତ୍ତା ଅଣ୍ଡାମାଡ଼ କରିଥିବା ବିଜେପି ନେତ୍ରୀ ପ୍ରଭାତୀ ପରିଡ଼ା ଓ ଦଳର ନେତା ଭୃଗୁ ବକ୍ସିପାତ୍ର ଅଭିଯୋଗ କରିଥିଲେ। ଏହି ଘଟଣାରେ ଗିରଫ ହୋଇଥିବା ଦୀପକ ମହାପାତ୍ର, ଜଣେ ପୂର୍ବତନ ଓ୍ୱାର୍ଡ ମେମ୍ବର ବୋଲି ଜଣାପଡିଛି।

You might also like