ଓଭରବ୍ରିଜ୍‌ରେ ଅଘଟଣ

ବିଦ୍ୟୁତ ସଂସ୍ପର୍ଶରେ ଆସିଥିବା ଯୁବକଙ୍କର ମୃତ୍ୟୁ

ଭୁବନେଶ୍ୱର : ଲିଙ୍ଗରାଜ ରୋଡ ରେଲୱେ ଓଭରବ୍ରିଜ୍‌ରେ ଅଘଟଣ। ଲାଇଟ୍ ସଜା ବେଲୁନ୍ ଛିଡ଼ାଇବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିବା ଯୁବକଙ୍କର ମୃତ୍ୟୁ ହୋଇଛି।

କଂଗ୍ରେସ ନେତା ମାନସ ଚୌଧୁରୀ, ବିଜେପି ନେତା ମନମୋହନ ସାମଲ ଓ ଅମିୟ ଦାଶ ଏଥିପାଇଁ ସରକାରଙ୍କୁ ଦାୟୀ କରିଛନ୍ତି। ଆଜି ସନ୍ଧ୍ୟାରେ ଏହି ଓଭରବ୍ରିଜ ଲୋକାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ।

ମିଳିଥିବା ସୂଚନା ଅନୁସାରେ, ମୃତକ ଜଣକ ହେଲେ ଗଞ୍ଜାମର ସିମାଞ୍ଚଳ ପଣ୍ଡା। ସେ ସୁନ୍ଦରପଦା ଅଞ୍ଚଳରେ ରହୁଥିଲେ। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ସମବେଦନା ଜଣାଇବା ସହ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି।

You might also like