ଯୁବକଙ୍କ ମୃତ୍ୟୁର ପ୍ରତିବାଦରେ ରାସ୍ତା ରୋକ୍

ଭଦ୍ରକ : ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ ପ୍ରତିବାଦରେ ଭଦ୍ରକ-ଚାନ୍ଦବାଲି ମୁଖ୍ୟ ରାସ୍ତା ଅବରୋଧ। ବହାରପାଳ ଗାଁ ନିକଟରେ ଅଜଣା ଗାଡି ଧକ୍କାରେ ସେହି ଗାଁର ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ନାଁ ଚିନ୍ମୟ ପଲ୍ଲାଇ। ମୃତ ଦେହ ରଖି ଲୋକେ ରାସ୍ତା ଅବରୋଧ କରିଛନ୍ତି।

ଦୁର୍ଘଟଣା ଘଟାଇଥିବା ଗାଡିକୁ ଚିହ୍ନଟ କରିବା ସହ ମୃତକଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକ। ଶୁକ୍ରବାର ଚିନ୍ମୟ ରାସ୍ତା ପାରି ହେଉଥିବା ବେଳେ ଚାନ୍ଦବାଲି ପଟୁ ଆସୁଥିବା ଏକ ବୋଲେରୋ ଗାଡି ତାଙ୍କୁ ଧକ୍କା ଦେଇଥିଲା।

ଚିନ୍ମୟ ଗୁରୁତର ଆହତ ହୋଇ କଟକ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।  ଘଟଣାସ୍ଥଳରେ ଚାନ୍ଦବାଲି ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରୁଛି।

You might also like