• translate
Odishatv Bureau

ପୁରୀ: ନିଆଁ ଲିଭାଇବା ପାଇଁ ପୋଖରୀକୁ ପାଣି ଆଣିବାକୁ ଯାଇ ଯୁବକଙ୍କ ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀ ଚନ୍ଦନପୁର ଥାନା ଆରୋଳ ଗାଁରେ।

ସୂଚନା ଅନୁସାରେ ଗତକାଲି ରାତିରେ ଗାଁର ରବି ଜେନାଙ୍କ ଘରେ ନିଆଁ ଲାଗିଯାଇଥିଲା।  ନିଆଁ ଲିଭାଇବା ପାଇଁ ପଡ଼ୋଶୀ ସୁରେନ୍ଦ୍ର ପ୍ରଧାନଙ୍କ ପୁଅ ନବ ପ୍ରଧାନ ପାଣି ଆଣିବା ପାଇଁ ପୋଖରୀକୁ ଯାଇଥିଲେ। ତେବେ ପୋଖରୀରେ ତାଙ୍କ ଗୋଡ଼ ଖସି ଯାଇଥିଲା ଓ ସେ ବୁଡ଼ି ଯିବା ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ରାତି ପ୍ରାୟ ୧୧ଟା ବେଳେ ନିଆଁ ଲାଗିଥିଲା। ଏନେଇ ଅଗ୍ନିଶମ କାର୍ଯ୍ୟାଳୟକୁ ଖବର ଦିଆଯାଇଥିଲା। କିନ୍ତୁ ରାତି ୨ଟାରେ ଦମକଳ ଗାଡ଼ି ଆସିଥିଲା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସେତେବେଳକୁ ଗ୍ରାମବାସୀ ନିଆଁ ଲିଭାଇ ସାରିଥିଲେ।

ମୃତକଙ୍କ ପରିବାରକୁ ଓ ଘର ପୋଡ଼ି ଯାଇଥିବା ରବି ଜେନାଙ୍କୁ କ୍ଷତିପୂରଣ ପ୍ରଦାନ କରିବା ଦାବିରେ ଆଜି ଗ୍ରାମବାସୀମାନେ ରୁଆଁଠାରେ ରାସ୍ତାରୋକ କରିଛନ୍ତି।

Other Stories