ଗଛରୁ ଖସି ପଡ଼ିଲେ, ବେକରେ ପଶିଗଲା ଡ଼ାଳ

କଟକ: ବେକରେ ଗଛ ଡାଳ ପଶି ଯୁବକ ଗୁରୁତର। କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଡାଙ୍ଗର ଡିହା ଗାଁରେ ଏହି ଅଘଟଣ ଘଟିଛି।  ଏହି ଗାଁର ବିଷ୍ଣୁ ମହାକୁଡ଼ ଜାମୁ ଗଛରେ ଚଢ଼ି ଥିବା ବେଳେ ତଳକୁ ଖସି ପଡିଥିଲେ। ତଳେ ପଡ଼ିବା ବେଳେ ଏକ ଡାଳ ତାଙ୍କ ବେକରେ ପଶି ଯାଇଥିଲା।

ଗୁରୁତର ଯୁବକଙ୍କୁ ପ୍ରଥମେ ଘଟଗାଁ ମେଡ଼ିକାଲ୍‌ ଓ ପରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତଥାପି ଡାଳକୁ ବାହାର କରାଯାଇ ପାରିନଥିବାରୁ ତାଙ୍କୁ କଟକକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ, ତାଙ୍କ ବେକରେ ଡାଳଟି ସେମିତି ପଶିକି ରହିଛି। ବର୍ତ୍ତମାନ ସେ ମୃତ୍ୟୁସହ ସଂଘର୍ଷ କରୁଛନ୍ତି।

You might also like