ଅମିତ ଶାହଙ୍କୁ ବିରୋଧ କରିବ କଂଗ୍ରେସ

ଭୁବନେଶ୍ୱର : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶାହଙ୍କ ଓଡିଶା ଗସ୍ତକୁ ବିରୋଧ କରିବ ଯୁବ କଂଗ୍ରେସ। ଏହି ଗସ୍ତ ପ୍ରତିବାଦରେ କଂଗ୍ରେସ ଭବନ ଆଗରେ ଆଜି ଅମିତ ଶାହଙ୍କ ପୋଷ୍ଟର ପୋଡ଼ି କରିଛି ଯୁବ କଂଗ୍ରେସ। ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥିଙ୍କ ନେତୃତ୍ୱରେ ଏହି ପୋଷ୍ଟର ପୋଡ଼ି ହୋଇଥିଲା। ଶାହ ରାଜ୍ୟରେ ଯୁଆଡ଼େ ଯିବେ ତାଙ୍କୁ ବିରୋଧ କରାଯିବ ବୋଲି ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥି ସୂଚନା ଦେଇଛନ୍ତି।

ମହାନଦୀ, ବେକାରୀ ବୃଦ୍ଧି ଓ କଳାଟଙ୍କାକୁ ପ୍ରସଙ୍ଗ କରି ବିରୋଧ କରାଯିବ ବୋଲି ସେ କହିଛନ୍ତି। ତେବେ ଲୋକନାଥଙ୍କ ନିଷ୍ପତ୍ତିକୁ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ନାପସନ୍ଦ କରିଛନ୍ତି। କିଏ କାହିଁକି ଏଭଳି ନିଷ୍ପତ୍ତି ନେଇଛି ମୁଁ ଜାଣିନି ବୋଲି କହିଛନ୍ତି ନିରଞ୍ଜନ।

You might also like