ଶୋଇଥିବା ବେଳେ ଲାଗିଗଲା ନିଆଁ, ଆଉ ଚାଲିଗଲା ଜୀବନ

ବାଲେଶ୍ୱର: ବାଲେଶ୍ୱର ଅରଡବଜାର ବାଲିବିଲରେ ନିଆଁ ଲାଗି ଜଣେ ଜୀବନ୍ତ ଦଗ୍ଧ। ମୃତକ ଜଣକ ହେଲେ କେନ୍ଦୁଝର ଅଞ୍ଚଳର ଭବାନୀ ଶଙ୍କର ଜେନା।

ସେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ଶୋଇଥିବା ବେଳେ  ରାତି ପ୍ରାୟ ସାଢେ ୩ଟା ବେଳେ ଘରେ ନିଆଁ ଲାଗି ଯାଇଥିଲା।  ତେବେ ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ଜଣାପଡି ନାହିଁ।

ଏହି ଅଗ୍ନିକାଣ୍ଡରେ ଘର ଭିତରେ ଥିବା ବାଇକ୍ ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ପୋଡ଼ି ନଷ୍ଟ ହୋଇଯାଇଛି।  ଅଣଓସାରିଆ ରାସ୍ତା ଯୋଗୁଁ ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚିପାରିନଥିଲା ବୋଲି ଜଣାପଡ଼ିଛି।

You might also like