ଯୁବକଙ୍କୁ ପିଟି ପିଟି ହତ୍ୟା
ଭୁବନେଶ୍ୱର : ସାମାନ୍ୟ ବଚସାକୁ ନେଇ ପିଟି ପିଟି ଯୁବକକୁ ହତ୍ୟା। ମୃତ ଯୁବକ ହେଲେ ଭୁବନେଶ୍ୱର ଷ୍ଟେସନ ବଜାରର ପି. କାମେଶ। ସେ ମଦ ଦୋକାନରେ ସେଲ୍ସମ୍ୟାନ ଭାବେ କାମ କରୁଥିଲେ।
ସେଲୁନରେ ସେଭିଙ୍ଗ ହୋଇ ଫେରୁଥିବା ବେଳେ କିଛି ବ୍ୟକ୍ତିଙ୍କ ସହ ପ୍ରଥମେ ପି. କାମେଶଙ୍କ ବଚସା ହୋଇଥିଲା। ଏହା ପରେ ପି. କାମେଶଙ୍କୁ ବାଉଁଶରେ ପିଟି ପିଟ ହତ୍ୟା ଉଦ୍ୟମ କରିଥିଲେ ଦୁର୍ବୃତ୍ତ। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି।
କ୍ୟାପିଟାଲ ହସ୍ପିଟାଲ ଶବଗୃହରେ ତାଙ୍କ ଶବ ରହିଛି। ଘଟଣାର ତଦନ୍ତ କରି ଲକ୍ଷ୍ମୀ ସାଗର ପୋଲିସ ଜଣକୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଫେରାର ଅଛି।